କୂଆରୁ ମିଳିଲା ମହିଳାଙ୍କ ମୃତଦେହ: ସ୍ବାମୀ କହିଲେ,'ହତ୍ୟା କରି ଫିଙ୍ଗି ଦେଇଛନ୍ତି'

Published By : Prameya-News7 Bureau | December 23, 2020 IST

ବଲାଙ୍ଗୀର ୨୩/୧୨:  ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସହରର ସର୍ଗିଗୁଡାରେ ଜଣେ ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଟିଟିଲାଗଡ ସହରରେ ଆକାଶ ଫେନ୍ସି ନାମକ ଏକ ଫେନ୍ସି  ଦୋକାନ ମାଲିକ ଆନନ୍ଦ ଅଗ୍ରୱାଲଙ୍କ ସର୍ଗିଗୁଡାସ୍ଥିତ ବାସଭବନରେ ଗତ ମଙ୍ଗଳବାର ରାତି ସାଢ଼େ ୯ଟା ସମୟରେ ସେ ଦୋକାନ ବନ୍ଦ କରି ଘରକୁ ଆସିଥିଲେ। କିଛି ସମୟ ପରେ ତାଙ୍କ ସ୍ତ୍ରୀ ସୁମିତ୍ରା ଅଗ୍ରୱାଲଙ୍କୁ ଖୋଜି ଖୋଜି ନ ପାଇ ପରେ ତାଙ୍କ କୂଅଁରେ ପଡିଥିବା ଦେଖିବାକୁ ପାଇଥିଲେ।

 ଟିଟିଲାଗଡ ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ ଶତପଥୀ ନିଜେ ପହଞ୍ଚି ଟିଟିଲାଗଡ ଥାନା ଏସ ଆଇ  ସାବିତ୍ରୀ ହିକା ଓ ଏକ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉକ୍ତ ମହିଳାଙ୍କୁ କିଏ ହତ୍ୟା କରି କୂଅଁରେ ଫିଙ୍ଗି ଦେଇଥିବା ତାଙ୍କ ସ୍ବାମୀ ଆନନ୍ଦ ଅଗ୍ରୱାଲ ଅଭିଯୋଗ କରିଛନ୍ତି। କିଏ ଓ କାହିଁକି ଏପରି କଲା ବୋଲି ତାଙ୍କ ସ୍ବାମୀଙ୍କ ପଚରା ଯାଇଥିଲା। ଚୋରି କରିବାକୁ ଆସିଥିବା ଦୁର୍ବୃତ୍ତମାନେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଏ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.