ପାଇଖାନା ଘରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର
6/01/2021 at 9:33 PM

ଢ଼େଙ୍କାନାଳ୬/୧: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳିପାଳ ଗ୍ରାମରେ ଜଣେ ବିଧବା ମହିଳାଙ୍କ ଝୁଲନ୍ତା ମୃତଦେହ ପାଇଖାନା ଘରୁ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକସ୍ଥିତିରୁ ହତ୍ୟା ସନ୍ଦେହ କରାଯାଉଛି। ଢେଙ୍କାନାଲ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳୀ ପାଳ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ରାସୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି। ମୃତକ ଉକ୍ତ ଗ୍ରାମର ସାଧବ ବେହେରା।
ମୃତ ମହିଳଙ୍କ ଘର ବାରିପଟେ ଥିବା ପାଇଖାନା ଘରର କଡ଼ିରେ ଝୁଲି ରହିଛନ୍ତି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟକଥା ହେଲା ୨ଟି ଗୋଡ ତଳେ ଲାଗିଛି। କିଏ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ କରାଯାଉଛି। ରାସୋଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।
Related Posts
ଆଜିଠୁ କମିବ ଶୀତ, ୨ ଦିନ ପରେ ପୁଣି ବଢିବ
19 January 2021
ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
19 January 2021