ଧାନ ବିଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Published By : Prameya-News7 Bureau | December 24, 2020 IST

ନିଶ୍ଚିନ୍ତକୋଇଲି୨୪/୧୨:  ଧାନ ବିଲରୁ ବିବାହିତ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ମୃତ ମହିଳା ହେଲେ ଅଶ୍ବିନୀ ଦାସଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସ। ନିଶ୍ଚିନ୍ତକୋଇଲି ବ୍ଲକ ବରାଦ ଗାଁରେ ଏଭଳି ଘଟଣା ଘଟିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ର କାରଣ ଜଣାପଡି ନାହିଁ।ମିଳିଥିବା ପାରିବାରିକ କହଳ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଛି। ଲକ୍ଷ୍ମୀପ୍ରିୟା ନିଜେ ନିଜ ଦେହରେ ନିଆଁ ଲଗାଇଥିଲେ ନା ତାଙ୍କୁ କିଏ ନିଆଁ ଲଗାଇ ଦେଇଥିଲା, ତାହା ବର୍ତ୍ତମାନ ଜଣାପଡି ନାହିଁ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.