ରାସ୍ତାକଡ଼ରେ ପଡିଛି ମହିଳାଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ...

Published By : Prameya-News7 Bureau | June 05, 2021 IST

ବେତନଟୀ ୦୫।୦୬: ରାସ୍ତାକଡ଼ରୁ ମିଳିଲା ମହିଳାଙ୍କ ମୃତଦେହ । ମୟୁରଭଞ୍ଜ ଜିଲ୍ଲା ବେତନଟୀ ୧୮ନଂ ଜାତୀୟ ରାଜପଥ ନିକଟର ନୂଆ କେନ୍ଦୁଖାଳ ପୋଲ ନିକଟରୁ ଠାବ ହୋଇଛି ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶନିବାର ଦିନ ସକାଳ ସମୟରେ ଗ୍ରାମବାସୀମାନେ ପୋଲ ନିକଟରେ ଏକ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଏହାପରେ ବେତନଟୀ ଥାନା ଆଇଆଇସି ଓ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କର କୌଣସି ପରିଚୟ ମିଳିପାରିନାହିଁ । ମହିଳାଙ୍କ ପରିଚୟ ନେଇ ପୋଲିସ ଖୋଲତାଡ୍‌ କରୁଛି । ବାରିପଦାରୁ ଏକ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବା ପରେ ଘଟଣାରେ ଅଧିକ ତଥ୍ୟ ମିଳିବ ବୋଲି ପୋଲିସ ଆଶା ରଖିଛି ।

ସେପଟେ ମହିଳାଙ୍କ ମୃତ୍ୟୁ କିପରି ହେଲା ? ଏଠାକୁ ମୃତଦହେ କିପରି ଆସିଲା । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ବେତନଟୀ ପୋଲିସ । ସେହିପରି ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଓ ପୋଷ୍ଟ ମର୍ଟମ ରିପୋର୍ଟ ଆସିବ ପରେ ଅନେକ ତଥ୍ୟ ପୋଲିସ ହାତରେ ଲାଗିବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.