ବିଭତ୍ସ୍ୟ ହତ୍ୟାକାଣ୍ଡ: ଗାଁ ରାସ୍ତାରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୁଣ୍ଡ ବିହୀନ ମୃତଦେହ

Published By : Prameya-News7 Bureau | September 02, 2020 IST

କେନ୍ଦୁଝର୨/୯: ବିଭତ୍ସ୍ୟ ହତ୍ୟାକାଣ୍ଡ। କେନ୍ଦୁଝର ଜିଲ୍ଲା କାଠବାରୀ ଗାଁ ରାସ୍ତାରେ ମୁଣ୍ଡ ବିହୀନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ପଡି ରହିଛି। ମହିଳାଙ୍କୁ କିଏ ହତ୍ୟା କଲା, ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ। ମୃତ ମହିଳା ହେଲେ ଜଗନ୍ନାଥପୁର ଗାଁର ସୁନାରାମ ମହାନ୍ତଙ୍କ ସ୍ତ୍ରୀ କେଶ ମହାନ୍ତ। ବୁଧବାର ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମହିଳାଙ୍କ ମୃତଦେହ ପାଖରେ ଗୋଟିଏ ଛତା ଓ ବ୍ୟାଗରେ ଥିବା ପ୍ରାୟ ୮ ରୁ ୧୦ କିଲୋ ଲଙ୍କା ମଧ୍ୟ ପଡିଛି। ତେଣୁ ମହିଳା ଜଣଙ୍କ ଆଜି ଦ୍ବାରିକାପଶି ଗାଁରେ ଥିବା ସାପ୍ତାହିକ ହାଟକୁ ଯାଉଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ପ୍ରଥମରୁ ମହିଳାଙ୍କ ମୁଣ୍ଡ ନଥିବାରୁ ଚିହ୍ନିବା କଷ୍ଟ ହୋଇଥିଲା। ପରବର୍ତ୍ତୀ ସମୟରେ ମୃତ ମହିଳା ଜଗନ୍ନାଥପୁର ଗାଁର ବୋଲି ଜଣାପଡିଥିଲା। କିଏ କିଏ କହୁଛନ୍ତି, ମହିଳାଙ୍କୁ ହତ୍ୟା କରି ଏଠାରେ ପିଙ୍ଗି ଦିଆଯାଇଛି। ସେହିପରି ଆଉ କିଏ କିଏ ମୃତ ମହିଳାଙ୍କ ପୁତୁରା ତାଙ୍କୁ ହତ୍ୟା କରିଛନ୍ତି। ପୁଣି ସ୍ଥାନୀୟ ଲୋକେ କହୁଛନ୍ତି ଯେ, ତାଙ୍କ ସ୍ବାମୀ ହତ୍ୟା କରି ମହିଳାଙ୍କ କଟାମୁଣ୍ଡ ଧରି ସାଇକେଲରେ ଢେଙ୍କିକୋଟ ଆଡେ ଯାଉଥିଲେ। ବର୍ତ୍ତମାନ ସୁଦ୍ଧା ମହିଳାଙ୍କୁ କିଏ ଏବଂ କାହିଁକି ହତ୍ୟା କରିଛି, ତାହା ଜଣାପଡି ନାହିଁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.