ସ୍ତ୍ରୀଙ୍କୁ ମାରିଲା କିଏ ? ସ୍ୱାମୀ ଥାନାରେ ଅଟକ, ବେସାହାର ୩ ଶିଶୁ

Published By : Prameya-News7 Bureau | July 19, 2021 IST

ଚଣ୍ଡିଖୋଲ ୧୯।୦୭: ସ୍ତ୍ରୀଙ୍କ ମୃତ୍ୟୁ, ସ୍ୱାମୀରେ ଥାନାରେ ଅଟକ । ଅସହାୟ ହୋଇପଡିଛନ୍ତି ୩ ଶିଶୁ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଶୁଭଦ୍ରାପୁର ମୁଣ୍ଡାସାହିରେ ଘଟିଛି ଏପରି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ରବି ମୁଣ୍ଡାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ତେବେ କେଉଁ କାରଣ ପାଇଁ ମହିଳାଙ୍କ ମୃତ୍ୟୁ ହୋଇଛତି ।  ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛି ।ସେପଟେ ମୃତ ମହିଳାଙ୍କ ସ୍ୱାମୀଙ୍କ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ତେବେ ଦିନ ମଜୁରିଆ ଭାବେ କାମ କରି ପଲିଥିନ ତଳେ ରହି ଆସୁଥିଲେ ପୁରା ପରିବାର । ମାଙ୍କ ଏପରି ମୃତ୍ୟୁ ଓ ବାପାଙ୍କୁ ଥାନାରେ ଅଟକ ରହିଥିବା ବେଳେ ଏବେ ଅସହାୟ ହୋଇ ପଡିଛନ୍ତି ୩ ଜଣ ଶିଶୁ । ଛୋଟ ଛୋଟ ତିନି ଶିଶୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.