ଜଙ୍ଗଳରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଶାଶୂ ଘର ଲୋକଙ୍କ ନାଁରେ ଆଣିଥିଲେ ଯୌତୁକ ନିର୍ଯାତନା ଅଭିଯୋଗ

Published By : Prameya-News7 Bureau | September 07, 2021 IST

ସାନଖେମୁଣ୍ଡି ୦୬|୦୯: ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ ।  ଗଞ୍ଜାମ ଜିଲ୍ଲା  ଦିଗପହଣ୍ଡି ବ୍ଲକ ମେଘଝୋଳି ଗ୍ରାମର ଝିଲି ଗୌଡଙ୍କ ଗଳିତ   ମୃତଦେହକୁ ସୋମବାର ନୂଆଗଁ ନିକଟବର୍ତ୍ତୀ ଜଙ୍ଗଲରୁ ଉଦ୍ଧାର କରାଯାଇଛି ।

ସୂଚନାନୁସାରେ, ଝିଲ୍ଲିଙ୍କୁ ଶାଶୂ ଘର ଲୋକେ ଯୌତୁକ ନିର୍ଯାତନା ଦେଉଥିଲେ । ବିବାହ ସମୟରେ  ସ୍ଵାମୀ କୁରେସୁ ଗୌଡ ଓ ଶ୍ୱଶୁର ଘର ଲୋକଙ୍କ ଦାବି ପ୍ରକାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା । କିନ୍ତୁ  ଅଧିକା ଯୌତୁକ ନିମନ୍ତେ ବିବାହ ପରଠାରୁ ସ୍ଵାମୀ ଓ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଝିଲ୍ଲି ଏନେଇ ଗତ ଅଗଷ୍ଟ ୨୮ ତାରିଖରେ କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ ବୋଲି ଚିକିଟି ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା କହିଛନ୍ତି।

ଏତଲାକୁ ଭିତ୍ତି କରି ପୋଲିସ ପକ୍ଷରୁ ମକଦ୍ଦମା ରୁଜୁ କରାଯାଇଥିଲା। ତେବେ ସୋମବାର ସକାଳେ ଜଙ୍ଗଲରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ସୂଚନା ମିଳିଥିଲା । ଏହା ପରେ କେ. ନୂଆଗାଁ ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ବାଇଁ ସଦଳବଳେ  ପୋଲିସ ଓ  ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଦିଗପହଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ରମେଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ମୃତଦେହ ଜବତ କରିଥିଲେ।  ଥାନା ମାମଲା ନଂ.୧୭୦/୨୧ ଅନୁଯାୟୀ ମକଦ୍ଦମା ରୁଜ୍ଜୁ କରି ତଦନ୍ତ କରାଯାଉଥିବା ଏସଡିପିଓ ସୂଚନା ଦେଇଛନ୍ତି।  ସ୍ବାମୀ କୁରେସୁ ଫେରାର ଥିବା ତଦନ୍ତକାରୀ ଅଧିକାରୀ ତଥା ଆଇଆଇସି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.