ରାସ୍ତାକଡ଼ରେ ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣା, ୩୦ ଘଣ୍ଟା ପରେ ବି ପୋଲିସର ହାତ ଖାଲି

Published By : Prameya-News7 Bureau | June 27, 2021 IST

ମହାକାଳପଡ଼ା ୨୭।୦୬: କେନ୍ଦ୍ରାପଡ଼ା ମହାକାଳପଡ଼ାରେ ମହିଳାଙ୍କ ଗଳା କାଟି ହତ୍ୟା ଘଟଣା । ମାମଲାରେ ୩୦ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି । ମୃତ ମହିଳାଙ୍କ ପରିଚୟ ଜାଣିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ଶବ ବ୍ୟବଚ୍ଛେଦ ହୋଇନାହିଁ। ମହିଳାଙ୍କ ସହିତ କିଛି ଅନୈତିକ କାର୍ଯ୍ୟ ହୋଇଛି କି ନାହିଁ ତାହା ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଜଣାପଡିବ। କଣ୍ଡରାପାଟିଆ ରାସ୍ତାକଡ଼ ଲୁଣା ଜଙ୍ଗଲ ଫୁଟାଜୋର ନିକଟର ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ଜଣେ ମହିଳାଙ୍କୁ ରାସ୍ତାଉପରେ ଧାରୁଆ ଛୁରୀରେ ତଣ୍ଟିକାଟି ଅତି ଜଘନ୍ୟ ଭାବେ ହତ୍ୟା କରିଥିଲା ଦୁର୍ବୃତ୍ତ। କେବଳ ସେତିକି ନୁହେଁ ମହିଳାଙ୍କ ସାଙ୍ଗରେ ଥିବା ୩ବର୍ଷର ଏକ ନିଷ୍ପାପ ଶିଶୁକୁ ପାଖରେ ଥିବା ଏକ ପଥର ଉପରେ ମନଇଛା ପିଟିଥିଲା ସେଇ ନୃଶଂସ ହତ୍ୟାକାରୀ। ରକ୍ତ ପିପାସୁର ମନଶାନ୍ତି ହେଲାପରେ ରାସ୍ତାକଡ ଜଙ୍ଗଲ ଭିତରକୁ ଦୁଇ ଜଣଙ୍କୁ ଫୋପାଡି ଫେରାର ହୋଇଯାଇଥିଲା ହତ୍ୟାକାରୀ।

wp:embed {"url":"http://www.prameyanews7.com/mahilanku-hatya/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/mahilanku-hatya/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.