ସୁନ୍ଦରଗଡ଼ ୧୬।୦୫: ବ୍ରାଉନସୁଗାର କାରବାର ଅଭିଯୋଗରେ ମହିଳାଙ୍କୁ ମାଡ଼ । କିଛି ମହିଳା ଏକାଠି ହୋଇ ମାଡ଼ ମାରିବା ସହ ପୋଲିସର ଜିମା ଦେଇଛନ୍ତି । ସୁନ୍ଦରଗଡ଼ ଅଞ୍ଚଳର ଏହି ଘଟଣା ଏବେ ପୁରା ଚର୍ଚ୍ଚାକୁ ଆସିଛି ।
ଖବର ଅନୁଯାୟୀ, ରବିବାର ସଂଧ୍ୟାରେ ପତ୍ରାପଡା ଅଂଚଳରେ ଜଣେ ମହିଳା ଧଳା ଜହର ବିକ୍ରୀ କରୁଥିବା ସନ୍ଦେହରେ ସ୍ଥାନୀୟ ଅଂଚଳର କିଛି ମହିଳା ଏକତ୍ରିତ ହୋଇ ମହିଳାଙ୍କୁ ଧରିବା ସହ ମାଡ ମାରିଥିଲେ। ମହିଳା ଜଣକ ଧରିଥିବା ବ୍ୟାଗରୁ କିଛି ପରିମାଣର ଧଳା ଜହର ବି ଜବତ କରିଥିଲେ । ଧରାପଡିଥିବା ମହିଳା ଜଣକ ଅନେକ ବର୍ଷ ହେବ ଏହି କାରବାର ଚଳାଇ ଆସୁଥିଲେ । ପୋଲିସ ତାଙ୍କୁ ଧରିପାରିନଥିଲା, ଯାହାକୁ ସ୍ଥାନୀୟ ଅଂଚଳର ମହିଳା ମାନେ ଧରିଥିବା ଦାବି କରିଛନ୍ତି ।
ସେହିପରି ରାଜଗାଙ୍ଗପୁର ପୋଲିସ ରବିବାର ୫ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ୧୦ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିଥିଲା । ଏହାସହ ସେମାନଙ୍କ ନିକଟରୁ ଟଙ୍କା ମୋବାଇଲ, ବାଇକ୍ ଜବତ ହୋଇଥିଲା ।