ଯୁବକଙ୍କ ବେକ କାଟି ହତ୍ୟା ଉଦ୍ୟମ କରିଥିଲେ ମହିଳା, ୮ ବର୍ଷ ପରେ ଧରିଲା ପୋଲିସ

Published By : Prameya-News7 Bureau | January 31, 2021 IST

ନୀଳଗିରି,୩୦/୦୧: ବେକକାଟି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ । ଅଭିଯୁକ୍ତ ମହିଳାଙ୍କୁ ନୀଳଗିରି ପୋଲିସ ଦୀର୍ଘ ୮ ବର୍ଷ ପରେ କାବୁ କରିବାରେ ହେଲା ସଫଳ । ବାଲଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଉଦ୍ୟମ ମାମଲାର ଦୀର୍ଘ ୮ ମାସ ପରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ ।

ସୂଚନାନୁସାରେ, ୨୦୧୩ ମସିହା ଡିସେମ୍ବର ୨୬ ତାରିଖରେ ନୀଳଗିରି ଥାନା ଅଧିନ ବାଲିଗୋହିରି ଅଞ୍ଚଳର ଗଙ୍ଗାଧର ମିରଦା ନାମକ ଯୁବକଙ୍କୁ କାହାଳିଆ ଅଂଚଳର ବାବୁ ମହଲ ପୁଅ କାଳିଆ ଓ ସ୍ତ୍ରୀ ନିୟତି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।  ଏପରିକି କାଳିଆ ଗଙ୍ଗାଧର ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ପରେ ଗୁରୁତର ଭାବେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଏନେଇ ନୀଳଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପରେ କାଳିଆ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ମାଆ ନିୟତି ଫେରାର ଥିଲା।ପରେ ଏସଡ଼ିପିଓ ରିତେଶ କୁମାର ମହାପାତ୍ର ଅଭିଯୁକ୍ତଙ୍କୁ ଧରିବାକୁ ଜାଲ ବିଛାଇ ଥିଲେ । ଏସଆଇ ବାସୁଦେବ ଜୟସିଂ ଓ ସସ୍ମିତା ମଲ୍ଲିକଙ୍କ ସହ ଏକ ଟିମ ଅଚାନକ ଚଢ଼ାଉ କରିବା ପରେ ମହିଳା ଅଭିଯୁକ୍ତ ଧାଇଁ ପଳାଇ ଯାଇଥିଲେ ।ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପୋଲିସ କାବୁ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.