Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନା ଭାଇରସର ସାଙ୍ଘାତିକ ଚିତ୍ର : ୨୪ ଘଣ୍ଟାରେ ମହିଳାଙ୍କ ଫୁସଫୁସ ହୋଇଗଲା ଖରାପ, ସାମ୍ନାକୁ ଆସିଲା ଫଟୋ

17/04/2021 at 3:13 PM

ନୂଆଦିଲ୍ଲୀ ୧୭/୦୪:  କରୋନା ମହାମାରୀର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇ ଦେଇଛି । ଦୈନିକ ୨ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏହାମଧ୍ୟରେ ରାଜସ୍ଥାନର କୋଟା ସହରରୁ ଏକ ଭୟାନକ ମାମଲା ସାମ୍ନାକୁ ଆସିଛି । ଏଠାରେ ୨୪ ଘଣ୍ଟା ମଧ୍ୟରେ ଜଣେ ୩୨ ବର୍ଷୀୟା ମହିଳାଙ୍କ ଉଭୟ ଫୁସଫୁସ୍ ଖରାପ ହୋଇଯାଇଛି । ଯାହାର ଫଟୋ ଡାକ୍ତର ଜାରି କରିଛନ୍ତି ।

ସୂଚନାନୁସାରେ, କୋଟାରେ ଜଣେ ମହିଳା ଗତ ୯ ତାରିଖରେ ନିଜ ଫୁସଫୁସର ଏକ୍ସରେ କରିଥିଲେ । ରିପୋର୍ଟ ଭଲ ଆସିଥିଲା । ୧୨ ତାରିଖ ଯାଏଁ ସେ ସୁସ୍ଥ ଥିଲେ । ତାଙ୍କର ବିପି, ଅକ୍ସିଜେନ୍ ସ୍ତର ସବୁ ଠିକ୍ ଥିଲା । କିନ୍ତୁ ୧୨ ତାରିଖ ରାତିରେ ମହିଳାଙ୍କ ଶରୀର ହଠାତ ଅସୁସ୍ଥ ହୋଇପଡିଲା ।ଏପରିକି ସେ ୧୩ ତାରିଖ ଦିନ ଛିଡା ମଧ୍ୟ ହୋଇପାରି ନଥିଲେ । ଏହାପରେ ସେ ଅକ୍ସିଜେନ୍ ଲେବୁଲ ଚେକ୍ କରିଥିଲେ । ଯାହା ୯୪ ଥିଲା । ୧୩ ତାରିଖରେ ସେ ସିଟିସ୍କାନ କରିଥିଲେ । ଏଥିରେ ତାଙ୍କ ଫୁସଫୁସ ୮୦ ପ୍ରତିଶତ ସଂକ୍ରମିତ ହୋଇସାରିଥିବା ଜଣାପଡିଥିଲା ।

ଏହି ଏକ୍ସରେ ରିପୋର୍ଟକୁ ଦେଖି ଶ୍ୱାସ ରୋଗ ବିଶେଷଜ୍ଞ ଡାକ୍ତର କେକେ ଡଙ୍ଗ କହିଛନ୍ତି ଯେ, ଏହା ଦେଖିବା ପରେ ସେ ଚକିତ ହୋଇ ପଡିଛନ୍ତି । ସେ ଇନ୍ଦୋରର କିଛି ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ନୂଆ ଷ୍ଟ୍ରେନ୍ ପାଇଁ ଏପରି ହୋଇଥିବା ପରେ ସେ ଜାଣିବାକୁ ପାଇଥିଲେ ।

ଡାକ୍ତରଙ୍କ କହିବାନୁସାରେ, ନୂଆ ଷ୍ଟ୍ରେନ୍ ଦ୍ରୁତ ଗତିରେ ସଂକ୍ରମଣ ହେଉଛି । ଯୁବକଙ୍କ ଫୁସଫୁସ ପ୍ରଭାବିତ ହେଉଛି । ଏହା ଏତେଶୀଘ୍ର ହେଉଛି ଯେ ଲକ୍ଷଣ ଦେଖାଇବା ପୂର୍ବରୁ ସଂକ୍ରମଣ ହେଉଛି । ବିପି, ଅକ୍ସିଜେନ୍ ଲେବୁଲ ସବୁ ଠିକ୍ ରହିବା ସତ୍ତ୍ୱେ ଭାଇରସ ଫୁସଫୁସକୁ ଆକ୍ରମଣ କରୁଛି ।

   Related Posts