ଜୋର ଧରିଲା ପ୍ରଦୀପ ମହାରଥୀଙ୍କୁ ବହିଷ୍କାର ଦାବି: ୩ ତାରିଖରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ

Published By : Prameya-News7 Bureau | December 30, 2018 IST

ଭୁବନେଶ୍ବର ୩୦/୧୨: ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ନକଲେ ଆସନ୍ତା ୩ ତାରିଖରେ ମହିଳା କଂଗ୍ରେସ ନବୀନ ନିବାସ ଘୋରାଓ କରିବ ବୋଲି ଚେତାବନୀ ଦେଇଛି । ପିପିଲିର ବେବିନା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେବା ପ୍ରସଂଗରେ ମନ୍ତ୍ରୀ ଦେଇଥିବା ବୟାନ ନେଇ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ମନ୍ତ୍ରୀ କହିଥିଲେ ଯେ, ବେବିନାକୁ ନ୍ୟାୟ ମିଳିଲା ।

wp:gallery {"ids":[68894]} /wp:gallery

ସୂଚନାଯୋଗ୍ୟ ଯେ, ବେବିନା ହତ୍ୟାକାଣ୍ଡ ଓ ଦୁଷ୍କର୍ମ ଘଟଣାରେ ମନ୍ତ୍ରୀ ମହାରଥୀଙ୍କ ଲୋକଙ୍କ ସମ୍ପୃକ୍ତି ରହିଛି ବୋଲି କଥା ଉଠିଥିଲା ଏବଂ ସେତେବେଳେ ପ୍ରଦୀପମହାର୍ଥୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ । ଏବେ ଏହି ଘଟଣାର ରାୟ ପ୍ରକାଶ ପାଇବା ପରେ ପୁଣି ମହାରଥୀଙ୍କ ବୟାନ ତାଙ୍କୁ ଅଡୁଆରେ ପକାଇଛି । ମନ୍ତ୍ରୀଙ୍କ ବୟାନ ପରେ ପରେ ୨୭ତାରିଖ ଦିନ ମହିଳା କଂଗ୍ରେସ ଓ ବିଜେପି ମହିଳା ମୋର୍ଟ୍ଟା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମହିଳା କଂଗ୍ରେସ ମହାରଥୀଙ୍କ ବାସ ଭବନ ଘେରାଓ କରିବା ସହ ଟମାଟୋ ଏବଂ ଅଣ୍ଡା ମାଡ କରିଥିଲା । ଉଭୟ ମହିଳା କଂଗ୍ରେସ ଏବଂ ବିଜେପି ମହିଳା ମୋର୍ଚ୍ଚା ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଆସୁଛନ୍ତି । ତିନି ତାରିଖ ସୁଦ୍ଧା ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ନକଲେ ମହିଳା କଂଗ୍ରେସ ନବୀନ ନିବାସ ଘେରାଓ କରିବ ବୋଲି କହିଛନ୍ତି ମହିଳା କଂଗ୍ରେସର ସଭାନେତ୍ରୀ ସୁମିତ୍ରା ଜେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.