Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ନିରଞ୍ଜନଙ୍କ ସହ କଥାବାର୍ତ୍ତାପରେ ଅନଶନରୁ ଓହରିଲେ ମହିଳା କଂଗ୍ରେସର ସଭାନେତ୍ରୀ ସୁମିତ୍ରା ଜେନା

1/04/2019 at 11:23 AM

ଭୁବନେଶ୍ବର୧|୪: ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଅନଶନରୁ ଓହରିଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ  ସୁମିତ୍ରା ଜେନା। ଟିକଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ଗତକାଲି ରାତିସାରା ସୁମିତ୍ରା ଅନଶନରେ ବସିଥିଲେ ।  ଆଲୋଚନା ପରେ ଜେନା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଟିକେଟ ବଣ୍ଟନ ଅସନ୍ତୋଷ ପ୍ରସଂଗ ଏବେବି ବିଚାରଧୀନ ଅଛି ।ଟିକେଟ ଅସନ୍ତୋଷ ନେଇ ଅପରାହ୍ନରେ ରାଜ୍ୟ ପ୍ରଭାରୀ ଟି.ଏସ୍‌ ସିଂହଦେଓଙ୍କ ସହ ବୈଠକ ବସିବ ।ଗତ କାଲି ମହିଳା କଂଗ୍ରେସ ବିକ୍ଷୋଭ କରୁଥିବା ବେଳେ ଯେଉଁ ବାହାର ଲୋକ ଆସି ଗଣ୍ଡଗୋଳ କରିଥିଲେ ସେମାନଙ୍କୁ ଗିରଫ କରିବାକୁ ନିଷ୍ପତ୍ତି ହୋଇଛି  ।

ସୂଚନାଯୋଗ୍ୟ ଯୋ, ଟିକେଟ ବଣ୍ଟନ ନେଇ ଅସନ୍ତୋଷ ଅଛନ୍ତି ସୁମିତ୍ରା ଜେନା । ବିଧାନସଭା ପାଇଁ ଟିକେଟ ଦେବା ବେଳେ ମହିଳାଙ୍କୁ ଗୁରୁତ୍ବ ଦିଆଯାଇ ନାହିଁ ବୋଲି ସୁମିତ୍ରା ଅଭିଯୋଗ କରିଆସୁଥିଲେ । ଗତକାଲି ଅପରାହ୍ନରେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ କିଛି ମହିଳା କର୍ମୀ କଂଗ୍ରେସ ଭବନଠାରେ ଆନ୍ଦୋଳନ ଓ ଧାରଣାରେ ବସିଥିଲେ । ମହିଳା କଂଗ୍ରେସର କର୍ମୀମାନେ କଂଗ୍ରେସ ଭବନରେ ତାଲା ମଧ୍ୟ ପକାଇଦେଇଥିଲେ ।

ତେବେ ସେଠାରେ  ଭଦ୍ରକର କିଛି ମହିଳା କଂଗ୍ରେସର କିଛି ପହଞ୍ଚି ଆନ୍ଦୋଳନକାରୀ ମହିଳା କଂଗ୍ରେସକୁ ବିରୋଧ କରିଥିଲେ । ଉଭୟଗୋଷ୍ଠୀ ମଧ୍ୟରେ ବାକ ବିତର୍କ ଚାଲିଥିବାବେଳେ ଗୋଟିଏଗୋଷ୍ଠୀ ଆଉ ଗୋଟିଏ ଗୋଷ୍ଠୀ ତାଲା ପକାଇଦେଇଥିଲେ । ସଭାପତି ନିରଞ୍ଜନ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ କରନ୍ତୁ ବୋଲି ମହିଳା କଂଗ୍ରେସ ଦାବି କରିଥିଲା । ତେବେ ସଭାପତି ପହଞ୍ଚିନଥିଲେ । ଫଳରେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ନିଜ ସମର୍ଥକଙ୍କ ସହ ରାତି ସାରା କଂଗ୍ରେସଭବନ ସମ୍ମୁଖରେ ଅନଶନରେ ବସିଥିଲେ । ଆଜି ପିସିସି ସବାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ସେ ଅନଶନରୁ ଓହରିଛନ୍ତି ।

   Related Posts