ରିୟଲ ହିରୋ ସୋନୁ ସୁଦଙ୍କୁ ରାକ୍ଷୀ ବାନ୍ଧି ତାଙ୍କୁ ନିଜ ଭାଇ କରିବାକୁ ଚାହୁଁଛନ୍ତି ମାହିକା ଶର୍ମା

Published By : Prameya-News7 Bureau | August 03, 2020 IST

ମୁମ୍ବାଇ ୦୩/୦୮ : କରୋନା ମହାମାରୀ ଯୋଗୁ ଲାଗୁ ହୋଇଥିବା ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଅସହାୟ ଶ୍ରମିକଙ୍କ ପାଇଁ ଭଗବାନ ସାଜିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ | ସେ ଏବଂ ତାଙ୍କ ଟିମ ହଜାର ହଜାର ଲୋକଙ୍କୁ ସେମାନଙ୍କ ଘରକୁ ପଠାଇବାରେ ସାହାଯ୍ୟ କରିଛନ୍ତି | ସୋନୁ ଏହି କାମ ପାଇଁ ସାରା ଦେଶବାସୀଙ୍କ ହୃଦୟ ଜିତିଛନ୍ତି | ସୋନୁ ସୁଦଙ୍କ ଏହି ବଦାନ୍ୟତାକୁ ଦେଖି ଟିଭି କଳାକାର ମାହିକା ଶର୍ମା ରାକ୍ଷୀ ପୂର୍ଣ୍ଣମୀ ଅବସରରେ ସୋନୁଙ୍କୁ ନିଜ ଭାଇ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି |

ସେ କହିଛନ୍ତି ସୋନୁ ସୁଦଙ୍କୁ ସେ ତାଙ୍କ ଭାଇ ହେବାକୁ କହିବେ | ସେ କହିଛନ୍ତି ସେ ସୋନୁ ସୁଦଙ୍କୁ ଜାଣିନଥିଲେ | କିନ୍ତୁ କରୋନା ତାଙ୍କୁ ହିନ୍ଦୁସ୍ତାନର ହିରୋ କରିଦେଇଛି | ତାଙ୍କ ପାଖରେ ସେ ସବୁ ଗୁଣ ଅଛି ଯାହା ଜଣେ ଭଉଣୀ ନିଜ ଭାଇ ପାଖରେ ଚାହିଁନଥାଏ | ସେ ସୋନୁଙ୍କୁ ନିଜ ଇଛା କହିବେ ଏବଂ ସୋନୁ ତାଙ୍କ ଇଛା ପୁରା କରି ରାକ୍ଷୀ ସ୍ୱୀକାର କରିବେ ବୋଲି କହିଛନ୍ତି | ସେ ଆଗରୁ କେବେ କାହା ସହିତ ରାକ୍ଷୀ ପୂର୍ଣ୍ଣମୀ ପାଳନ କରିନାହାନ୍ତି | ସୋନୁ ତାଙ୍କୁ ନିଜ ଭଉଣୀ ସ୍ୱୀକାର କଲେ ସେ ବହୁତ ଖୁସି ହେବେ ବୋଲି କହିଛନ୍ତି ମାହିକା |

ମାହିକା କହିଛନ୍ତି ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣମୀରେ ଭାଇ ଭଉଣୀଙ୍କୁ ଉପହାର ନ ଦେଇ ଆବଶ୍ୟକୀୟଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବା ଉଚିତ | ସେ କହିଛନ୍ତି, ଅନଲାଇନ ରାକ୍ଷୀ ନ କିଣି ଯେଉଁମାନେ ଦୋକାନରେ ରାକ୍ଷୀ ବିକ୍ରି କରି ନିଜ ପରିବାର ପୋଷୁଛନ୍ତି ସେମାନଙ୍କ ଠାରୁ ରାକ୍ଷୀ କିଣି ତାଙ୍କୁ ସାହାଯ୍ୟ କରିବା ଉଚିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.