କଂଗ୍ରେସ ସଭାପତି ପଦରୁ ରାହୁଲଙ୍କ ତ୍ୟାଗପତ୍ରକୁ ନେଇ ଭାବୁକ ହେଲେ ଏହି ଅଭିନେତ୍ରୀ, କହିଲେ ଭଗବାନ ରାମଙ୍କୁ ଯିବାକୁ ପଡିଥିଲା ବନବାସ

Published By : Prameya-News7 Bureau | July 06, 2019 IST

ମୁମ୍ବାଇ: ଜାତୀୟ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫାକୁ ନେଇ ଏବେ ବିଭିନ୍ନ ସ୍ତରରେ ବିଭିନ୍ନ ଚର୍ଚ୍ଚା ହେଉଛି। କେତେକ ରାହୁଲଙ୍କୁ ସମର୍ଥନ କରୁଥିବା ବେଳେ ଆଉ କେତେକ ଘଟଣାର ମଜା ନେଉଛନ୍ତି। ତେବେ ସୋସାଲ ମିଡିଆରେ ଏବେ ଟ୍ରୋଲ ହେଉଛି ରାହୁଲଙ୍କ ଇସ୍ତଫା ପତ୍ର। ହେଲେ ଏଥିରେ ଜନୈକା ଟେଲିଭିଜନ କଳାକାର ବିଶେଷ ମର୍ମାହତ ହେବା ପରି ଲାଗୁଛନ୍ତି। ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ କିଏ ଓ ରାହୁଲଙ୍କ ଇସ୍ତଫାରେ ତାଙ୍କର କ’ଣ ରହିଛି ପ୍ରତିକ୍ରିୟା।

{"id":131129,"width":582,"height":329}

ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ମହିକା ଶର୍ମା। ରାହୁଲଙ୍କୁ ବେଶ ପସନ୍ଦ କରନ୍ତି ମହିକା। ତେବେ ସାଧାରଣ ନିର୍ବାଚନ ଚାପରେ ପଡି ରାହୁଲଙ୍କ ଇସ୍ତଫାକୁ ସହଜରେ ମହିକା ଗ୍ରହଣ କରିପାରିନାହାନ୍ତି। ହେଲେ ରାହୁଲଙ୍କ ସପକ୍ଷରେ ଦେଇଥିବା ମନ୍ତବ୍ୟ କିନ୍ତୁ ଏବେ ସୋସାଲ ମିଡିଆରେ ଟ୍ରେଣ୍ଡିଂ କରୁଛି। ସେ ଉଲ୍ଲେଖ କରିଛନ୍ତି ‘ ପଲିଟିକ୍ସ ବହୁତ ଖରାପ ଜିନିଷ, ରାହୁଲଙ୍କ ଭଳି ଜଣେ ଭାବୁକ ମଣିଷ ଏହି ରାଜନୀତିର ଶିକାର ହୋଇଯାଇଛନ୍ତି ଓ ତାଙ୍କୁ ହାସ୍ୟସ୍ପଦ କରାଯାଉଛି, ଏଥିରେ ମୁଁ ବି ବ୍ୟଥିତ ହେଲେ ଜାଣିଛି ତାଙ୍କ ଧମନୀରେ ବି ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ଭଳି ଗାନ୍ଧି ରକ୍ତ ପ୍ରବାହିତ ହେଉଛି, ସେ ଖୁବ୍ ଶୀଘ୍ର ଜିତିବାକୁ ଆସିବେ ଓ ରାଜନୀତିକୁ ଗୋଳି ନକରି ସିଧା କ୍ଷମତା ସମ୍ଭାଳିବେ’ ।

wp:html
/wp:html

ମହିକା ଲେଖିଛନ୍ତି ଭଗବାନ ରାମ ଓ ପାଣ୍ଡବଙ୍କୁ ମଧ୍ୟ ସେମାନଙ୍କ ସାମ୍ରାଜ୍ୟରୁ କିଛି ସମୟ ପାଇଁ ଦୂରକୁ ଯିବାକୁ ପଡିଥିଲା। ହେଲେ ଯେତେବେଳେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ହୋଇଥିଲା ସେମାନେ ସଫଳ ଶାସନ କରିଥିଲେ। ମୁଁ ରାହୁଲଙ୍କ ସହିତ ଅଛି ଓ କିଛି ସମୟ ବ୍ରେକ୍ ନେବା ଠିକ୍ ହେବ। ମୁଁ ତାଙ୍କୁ ଭଲ ପାଏ ଓ ଭଲ ପାଉଥିବି। ଚାହେ ସେ କଂଗ୍ରେସ ପାର୍ଟିରେ ରହନ୍ତୁ କି ନ ରହନ୍ତୁ , ମୋ ପାଇଁ ରାହୁଲ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଳେଖ କରିଛନ୍ତି ମହିକା। ତେବେ ରାହୁଲଙ୍କୁ ନେଇ ମହିକାଙ୍କର ଏଭଳି ମତ ଓ ମନ୍ତବ୍ୟ କିଛି ନୂଆ କଥା ନୁହେଁ। ସମୟ ସମୟ ରେ ସେ ଏଭଳି ମତାମତ ଦେବା ସହ ରାହୁଲଙ୍କ ଫଟୋ ମଧ୍ୟ ସୋସାଲ ମିଡିଆରେ ସେୟାର କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.