ଲିଭଇନରେ ରହୁଛନ୍ତି ବୋଲି ଖୁଲାସା କଲେ ମାହି ଗିଲ୍ : ଗୋଟିଏ ଝିଅ ବି ଅଛି

Published By : Prameya-News7 Bureau | July 04, 2019 IST

ମୁମ୍ବାଇ ୪/୭: ବଲିଉଡ ଅଭିନେତ୍ରୀ ମାହି ଗିଲ୍ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ସେ ଲିଭ ଇନ୍ ରିଲେସନଶିପରେ ଅଛନ୍ତି ଏବଂ ତାଙ୍କର ଗୋଟିଏ ଅଢ଼େଇ ବର୍ଷର ଝିଅ ବି ରହିଛି। ‘ସାହେବ ବିବି ଔର ଗୁଲାମ’ ଏବଂ ‘ନଟ୍ ଏ ଲଭଷ୍ଟୋରୀ’ ଭଳି ଫିଲ୍ମରେ କାମ କରିଥିବା ମାହି ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି। ମାହି ଦୀର୍ଘ ଦିନରୁ ଲିଭ୍ ଇନ୍ ରିଲେସନଶିପରେ ରହିଛନ୍ତି।

{"id":130235}

ମାହି ଡେକାନ କ୍ରୋନିକାଲରେ ନିଜର ଆଗାମୀ ଫିଲ୍ମ ‘ଫ୍ୟାମିଲି ଅଫ ଠାକୁରଗଞ୍ଜ’କୁ ନେଇ ବାର୍ତ୍ତାଳାପ କରିଥିଲେ। ଏହି ସମୟରେ ସେ ନିଜ ରିଲେସନଶିପ୍ ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ କହିଥିଲେ। ସେ କହିଥିଲେ ଯେ ସେ ବିବାହିତା ନୁହଁନ୍ତି କିନ୍ତୁ ତାଙ୍କର ଗୋଟିଏ ଝିଅ ରହିଛି।

{"id":130236}

ସେ କହିଛନ୍ତି ଯେ ସେମାନେ ଖୁବ୍ ଶୀଘ୍ର ବିବାହ କରିବେ,କିନ୍ତୁ ବିବାହ କରିବା ଏବଂ ନକରିବା ଦ୍ବାରା ତାଙ୍କ ସମ୍ପର୍କରେ କୈାଣସି ଫରକ ପଡ଼ିବ ନାହିଁ। ତାଙ୍କୁ ସ୍ବାଧୀନତା ଆବଶ୍ୟକ। ସେମାନେ ପରସ୍ପରର ଇଜ୍ଜତ କରନ୍ତି।

{"id":130237}

ତାଙ୍କ ଝିଅଙ୍କ ନାଁ ବେରୋନିକା। କିନ୍ତୁ ସେ ଏକଥା କହିନାହାନ୍ତି ସେ ତାଙ୍କୁ ଜନ୍ମ ଦେଇଛନ୍ତି କି ଆଡପ୍ଟ କରିଛନ୍ତି। ଝିଅର ଦେଖାଣୁଣା ମାହିଙ୍କ ଜଣେ ଜଣାଶୁଣା କରିଥାଆନ୍ତି। ସେ ମଧ୍ୟ ଚେଷ୍ଟା କରନ୍ତି ଯେ ମୁମ୍ବାଇରେ ରହି ଝିଅ ସହ ସମୟ ବିତାଇବେ।

{"id":130238}

ବୃତ୍ତିଗତ ଜୀବନ ବିଷୟରେ କହିଲେ ମାହିଙ୍କ ପାଖରେ ‘ଫ୍ୟାମିଲି ଅଫ ଠାକୁରଗଞ୍ଜ’,‘ଦବଙ୍ଗ-୩’,‘ଅରଫାନ ଟ୍ରେନ୍’ ଏବଂ ‘ସିର୍ଫ ୫ଦିନ’ ଭଳି ଫିଲ୍ମ ରହିଛି। ସେ ଶେଷ ଥର ସଞ୍ଜୟ ଦତ୍ତ ଏବଂ ଜିମି ଶେରଗିଲଙ୍କ ସହ ‘ସାହେବ ବିବି ଔର ଗ୍ୟାଙ୍ଗଷ୍ଟାର-୩’ରେ ନଜର ଆସିଥିଲେ।

{"id":130239}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.