କରୋନାରେ ଭାଇଙ୍କ ମୃତ୍ୟୁପରେ ମାହିଙ୍କ ଇମୋସନାଲ୍ ପୋଷ୍ଟ: ସାହାଯ୍ୟ ପାଇଁ ସୋନୁ ସୁଦଙ୍କୁ ଜଣାଇଲେ ଧନ୍ୟବାଦ

Published By : Prameya-News7 Bureau | June 08, 2021 IST

ନୂଆଦିଲ୍ଲୀ ୦୮/୦୬: ଅଭିନେତ୍ରୀ ମାହୀ ଭିଜ ଏହି ସମୟରେ ବହୁତ ଦୁଃଖରେ ଅଛନ୍ତି । ନିକଟରେ କରୋନାରେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା । ମାହୀ ଭିଜ ଆଶା କରୁଥିଲେ ଯେ ତାଙ୍କ ଭାଇ ସୁସ୍ଥ ହୋଇ ଘରକୁ ଫେରିବେ, କିନ୍ତୁ ସେ ଜାଣିନଥିଲେ କି କରୋନା ଭାଇରସ୍ ତାଙ୍କ ଜୀବନ ନେଇଯିବ।

wp:html
/wp:html

ଜୁନ୍ ୧ ରେ ମାହି ଭିଜଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା, ଯାହା ବିଷୟରେ ଅଭିନେତ୍ରୀ ବର୍ତ୍ତମାନ କହିଛନ୍ତି। ମାହି ଭିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଅଭିନେତା ସୋନୁ ସୁଦଙ୍କୁ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଜୁନ୍ ୧ ରେ ସୋନୁ ସୁଦ କରିଥିବା ଟ୍ୱିଟ୍ ମଧ୍ୟ ମାହି ଭିଜ ସେୟାର କରିଛନ୍ତି ଯେଉଁଥିରେ ଅଭିନେତା ତାଙ୍କ ଭାଇଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି।

ମାହି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି, 'ମୋ ଭାଇଙ୍କୁ ହସ୍ପିଟାଲରେ ବେଡ ଦେବାରେ ସାହାଯ୍ୟ କରିଥିବାରୁ ଧନ୍ୟବାଦ ସୋନୁ ସୁଦ ଆପଣ ମୋତେ ସାହସ ଏବଂ ଆଶା ଦେଇଥିଲେ ଯେଉଁ ସମୟରେ ମୋର ସାହସ ନଥିଲା । ମୁଁ ଆଶା କରୁଥିଲି ଭାଇ ସୁସ୍ଥ ହୋଇ ଘରକୁ ଫେରିବେ, କିନ୍ତୁ ଆପଣ ସତ୍ୟ ଜାଣିଥିବେ । ଆପଣଙ୍କର ଶକ୍ତି ଏବଂ ଆପଣଙ୍କର ଏପରି ଭଲ ହୃଦୟ ପାଇଁ ମୁଁ କୃତଜ୍ଞ । ଆପଣ ପ୍ରକୃତରେ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ଆପଣଙ୍କ ସାହସ ଏବଂ ସକରାତ୍ମକତା ପାଇଁ ମୁଁ ମଧ୍ୟ କୃତଜ୍ଞ ଯାହା ଆପଣ ସାହାଯ୍ୟ ପାଇଁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଦେଉଛନ୍ତି ।

wp:html
/wp:html

ଏହି ପୋଷ୍ଟରେ ମାହି ଭାରତୀ ସିଂଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ ସେ ପ୍ରତିଦିନ ଭାଇଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ ଏବଂ ଭିଡିଓ ମାଧ୍ୟମରେ ତାଙ୍କୁ ପଜିଟିଭ ରହିବାକୁ ଉତ୍ସାହିତ କରିଥିଲେ।

ମାହି ଭିଜ ତାଙ୍କର ଏହି ପୋଷ୍ଟରେ ସୋନୁ ସୁଦଙ୍କ ଯେଉଁ ଟ୍ୱିଟ୍ ସଂଯୋଗ କରିଛନ୍ତି ସେଥିରେ ଅଭିନେତା ଲେଖିଛନ୍ତି, 'ଏକ ୨୫ ବର୍ଷର ବାଳକ, ଯାହାକୁ ଆମେ ବଞ୍ଚାଇବାକୁ ଚେଷ୍ଟା କରୁଥିଲୁ, ସେ ଆଜି କୋଭିଡ ଯୁଦ୍ଧରେ ହାରିଗଲେ। ଏତେ ଦିନ ଧରି ଜାଣିଥିଲି ଯେ ତାଙ୍କର ବଞ୍ଚିବାର ସମ୍ଭାବନା  କମ୍ ଥିଲା, ତଥାପି ମୁଁ ଏକ ଆଶା ନେଇ ପ୍ରତିଦିନ ଡାକ୍ତରଙ୍କ ସହ କଥା ହେଉଥିଲି । ତାଙ୍କ ପରିବାରକୁ ସତ କହିବାକୁ କେବେ ସାହସ ହେଉନଥିଲା ।‘

କିଛି ଦିନ ପୂର୍ବରୁ ମାହି ତାଙ୍କ ଭାଇଙ୍କ ଫଟୋ ସେୟାର କରି ଏକ ଭାବପ୍ରବଣ ନୋଟ୍ ଲେଖିଥିଲେ। ମାହି ଲେଖିଥିଲେ, 'ମୁଁ ତୁମକୁ ହରାଇ ନାହିଁ ବରଂ ପାଇଛି ଭାଇ । ତୁମେ ମୋର ଶକ୍ତି। ମୁଁ ତୁମକୁ ବହୁତ ଭଲ ପାଏ ଭାଇ ଏବଂ ସବୁବେଳେ କରିବି । ଏପରି ହୁଅନ୍ତା କି ମୁଁ କିଛି ଦିନ ରିଭାଇଣ୍ଡ୍ କରି ତୁମକୁ ଜୋରରେ ଜାବୁଡି ଧରନ୍ତି ଏବଂ କେବେବି ଛାଡନ୍ତି ନାହିଁ । ଆମେ ତୁମକୁ ବହୁତ ଭଲ ପାଉଥିଲୁ କିନ୍ତୁ ବୋଧହୁଏ ଭଗବାନ ତୁମକୁ ଅଧିକ ଭଲ ପାଉଥିଲେ | ତୁମେ ସବୁବେଳେ ମୋର ହିରୋ ହୋଇ ରହିବ। '

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.