“ମୋ ସ୍ତ୍ରୀ ଜଣେ ଗୃହିଣୀ, ହେବେନି ଲୋକସଭା ପ୍ରାର୍ଥୀ”
11/03/2019 at 6:51 PM

ଭୁବନେଶ୍ବର୧୧/୩: ଲୋକସଭା ନିର୍ବାଚନରେ ବିଜେଡ଼ି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ମହିଳା ପ୍ରାର୍ଥୀଙ୍କ ପାଇଁ ରଖିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମନ୍ତ୍ରୀ ମହେଶ୍ବର ମହାନ୍ତି। ତେବେ ସେ ନିଜ ପତ୍ନୀଙ୍କୁ ପ୍ରାର୍ଥୀ କରିବା ନେଇ ହେଉଥିବା ଚର୍ଚ୍ଚାକୁ ସଂପୁର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ତାଙ୍କ ପତ୍ନୀ ଜଣେ ଗୃହିଣୀ ଓ ସେ କେବେ ହେଲେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।
ସେହିପରି ସେ ନିଜେ ପୁରୀ ଲୋକସଭା ପାଇଁ ପ୍ରାର୍ଥୀ ହେବା ନେଇ ଆଗ୍ରହୀ ନାହାନ୍ତି ବୋଲି କହିଛନ୍ତି। ସେ ପୁଣି ପୁରୀ ବିଧାନସଭା ଲଢ଼ିବେ ଓ ଜିଲ୍ଲାର ୬ ଟି ଯାକ ନିର୍ବାଚନମଣ୍ତଳୀରେ ବିଜେଡ଼ି ବିଜୟ ଲାଭ କରିବ ବୋଲି କହିଛନ୍ତି। ବିଜେଡ଼ି ପୁରୀ ଜିଲ୍ଲାରେ ଆଗାମୀ ନିର୍ବଚାନ ପାଇଁ ସଂପୁର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ମହେଶ୍ବର ମହାନ୍ତି କହିଛନ୍ତି।