ପୁରୀରେ ହାରିଲେ ମନ୍ତ୍ରୀ ମହେଶ୍ବର ମହାନ୍ତି, ଜିତିଲେ ବିଜେପିର ଜୟନ୍ତ ଷଡଙ୍ଗୀ

Published By : Prameya-News7 Bureau | May 23, 2019 IST

ପୁରୀ୨୩|୫; ହେଭିୱେଟ ନେତା ହିସାବରେ ପୁରୀ ବିଧାୟକ ତଥା ମନ୍ତ୍ରୀ ମହେଶ୍ବର ମହାନ୍ତି ପରାଜିତ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଜୟନ୍ତ ଷଡଙ୍ଗିଙ୍କଠାରୁ ସେ ପରାସ୍ତ ହୋଇଛନ୍ତି । ନିର୍ବାଚନ ଅଳ୍ପଦିନ ପୂର୍ବରୁ ଜୟନ୍ତ ଷଡଙ୍ଗି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ବିଜେପି ଜୟନ୍ତଙ୍କୁ ପୁରୀ ପାଇଁ ପ୍ରାର୍ଥୀ କରିଥିଲେ । ପୂର୍ବତନ ପୁରୀ ନଗରପାଳ ଜୟନ୍ତ ଷଡଙ୍ଗି ମହେଶ୍ବର ମହାନ୍ତିଙ୍କ ଶିଷ୍ୟ ବୋଲି କୁହାଯାଉଛି । ନିଜ ଶିଷ୍ୟଙ୍କଠାରୁ ମହେଶ୍ବର ମହାନ୍ତି ପରାଜିତ ହୋଇଛନ୍ତି । ଲଗାତର ପୁରୀରୁ ବିଜୟୀ ହୋଇ ଆସୁଥିବା ମହେଶ୍ବରଙ୍କ ପରାଜୟ ବିଜେଡି ପାଇଁ ଝଟକା ନିଶ୍ଚୟ ।

ମହେଶ୍ବରଙ୍କୁ ୭୧ହଜାର ୧୫୬ଟି ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଜୟନ୍ତଙ୍କୁ ମିଳିଛି ୭୪ ହଜାର ୪୧୩ଟିଭୋଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.