ମହେଶ୍ୱର ମହାନ୍ତିଙ୍କ ବାସଭବନରେ ପୁରୀ ବନ୍ଦ ଦିନ ଭଙ୍ଗାରୁଜା ଘଟଣାରେ ବିଜେଡ଼ି ପକ୍ଷରୁ ପ୍ରତିବାଦ ସଭା

Published By : Prameya-News7 Bureau | October 06, 2018 IST

ପୁରୀ ୬|୧୦: ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବାସଭବନରେ ପୁରୀ ବନ୍ଦ ଦିନ ଭଙ୍ଗାରୁଜା ଘଟଣାରେ ବିଜେଡ଼ି ପକ୍ଷରୁ ପ୍ରତିବାଦ କରାଯାଇଛି। ପୁରୀ ବନ୍ଦ ନାଁ ରେ ଲଙ୍କାକାଣ୍ତ ଏବେ ରାଜନୈତିକ ରୂପ ନେଇଛି। ଗତ ୩ ତାରିଖ ଦିନ ପୁରୀ ବନ୍ଦ ସମୟରେ ଶତାଧିକ ଲୋକେ ରାଜସ୍ୱ ମନ୍ତ୍ରୀଙ୍କ ବାସଭବନକୁ ପଶି ଭଙ୍ଗାରୁଜା କରିଥିଲେ। ସେମାନଙ୍କ ମଧ୍ୟରେ ଅନେକ ବିଜେପି କର୍ମୀ ରହିଥିବା ଅଭିଯୋଗ ଆଣି ଶତାଧିକ ବିଜେଡ଼ି କର୍ମୀ ଓ ନେତା ଗୁଣ୍ତିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବାଇକ୍ ରାଲି କରିଥିଲେ। ପରେ ଶରଧାବାଲିରେ ଆୟୋଜିତ ପ୍ରତିବାଦ ସଭାରେ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥି, ନିମାପଡ଼ା ବିଧାୟକ ସମୀର ରଂଜନ ଦାସ, ବ୍ରହ୍ମଗିରି ବିଧାୟ ସଂଜୟ ଦାସ ବର୍ମା, କାଟକପୁର ବିଧାୟକ ସୁରେନ୍ଦ୍ର ସେଠୀ ଏବଂ ସାକ୍ଷୀଗୋପାଳ ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଏଭଳି କାର୍ଯ୍ୟ ନିନ୍ଦନୀୟ ଓ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ, ବିଜେପି କର୍ମୀମାନେ ତାଙ୍କ ବାସ ବବନରେ ଭଂଗାରୁଜା କରିଥିଲେ ବୋଲି ପୂର୍ବରୁ ମହେଶ୍ବର ମହାନ୍ତି ଅଭିଯୋଗ କରିଥିଲେ । ପୁରୀରେ ବିଜେପିର ସ୍ଥିତି ଦୁର୍ବଳ ହୋଇଥିବାରୁ ବିଜେପି ଏଭଳି କାଣ୍ଡ ଘଟାଉଛି ବୋଲି ପ୍ରଦୀପ ମହାରଥୀ ଏବଂ ସମୀର ଦାସ ପ୍ରମୁଖ ବୈଠକ ପରେ ଗମମାଧ୍ୟମକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.