Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଆସୁଛି ଓ୍ବେବ ସିରିଜ୍ ‘Modi: CM to PM’ର ଦ୍ବିତୀୟ ସିଜନ୍, ମୋଦିଙ୍କ ଚରିତ୍ରରେ ନଜର ଆସିବେ ଅଭିନେତା ମହେଶ ଭଟ୍ଟ

28/10/2020 at 4:27 PM

ନୂଆଦିଲ୍ଲୀ ୨୮/୧୦: ଖୁବଶୀଘ୍ର ଆସିବାକୁ ଯାଉଛି ଓ୍ବେବ ସିରିଜ୍ ‘ମୋଦି ସିଏମ ଟୁ ପିଏମ’ର ଦ୍ବିତୀୟ ସିଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ନଜର ଆସିବେ ଅଭିନେତା ମହେଶ ଠାକୁର। ଉମେଶ ଶୁକ୍ଲାଙ୍କ ନିର୍ଦେଶିତ ଏହି ସିରିଜରେ ମୋଦିଙ୍କ କିଶୋରାବସ୍ଥା ଠାରୁ ଆରମ୍ଭ କରି ଯୁବାବସ୍ଥା ଏଥିରେ ଦେଖିବାକୁ ମିଳିବ। ଏହା ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ ତିନି ଥର ମୁଖ୍ୟମନ୍ତ୍ରୀ ଓ ଭାରତର ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରାକୁ ଏଥିରେ ଦେଖାଯିବ।

ଏହାର ପ୍ରଥମ ସିଜନରେ ଅଭିନେତା ଆଶିଷ ଶର୍ମା ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିଥିଲେ। ମହେଶ କହିଛନ୍ତି ପିଲାଟି ବେଳୁ ମୋଦିଙ୍କ ଅଦ୍ଭୁତ ଯାତ୍ରା ବାବଦରେ ଶୁଣିଛନ୍ତି। ମାତ୍ର ଏହା ଏକ ଏମିତି କାହାଣୀ ଯାହା ଦେଶର ଇତିହାସରେ ବଡ଼ ପରିବର୍ତନକୁ ଦେଖାଇବ।

ଏଭଳି ଏକ ଚରିତ୍ରରେ ଅଭିନୟ କରିବା ନେଇ ମହେଶ ବେଶ ଉତ୍ସାହିତ ଅଛନ୍ତି। ଏହା ବାଦ୍ ତାଙ୍କ ପାଇଁ ଏହା ଏକ ଚାଲେଞ୍ଜ ବୋଲି କହିଛନ୍ତି। ସେ ଏବେ ଦର୍ଶକଙ୍କ ପ୍ରତିକ୍ରିୟା ଅପେକ୍ଷାରେ ରହିଛନ୍ତି। ନଭେମ୍ବର ୧୨ରେ ଏହାର ଦ୍ବିତୀୟ ସିଜନ ରିଲିଜ ହୋଇପାରେ।

   Related Posts