Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ରାହୁଲଙ୍କୁ ପପ୍ପୁ କହିଆସୁଥିବା କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ଏବେ ପ୍ରିୟଙ୍କାଙ୍କୁ କହିଲେ ପପ୍ପି, ବିଜେପିର ଚୌକିଦାର ଅଭିଯାନ ନେଇ ବିଜେପି କଂଗ୍ରେସ ମଧ୍ୟରେ ବାକଯୁଦ୍ଧ

19/03/2019 at 7:12 PM

ନୂଆଦିଲ୍ଲୀ ୧୯/୩: ପୁଣି ପ୍ରିୟଙ୍କା ଇଫେକ୍ଟକୁ ନେଇ ଦେଶର ରାଜନୀତିରେ ହଲଚଲ। ପ୍ରିୟଙ୍କା ଗାନ୍ଧିଙ୍କ ଉପରେ ଅରୁଚିକର ବୟାନଦେଇ ଏବେ ବିବାଦର ଘେରରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା। କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କୁ  ପପ୍ପୁ କହିଆସୁଥିବା ବିଜେପି ନେତାଏ ଏବେ ପ୍ରିୟଙ୍କାକୁ ପପ୍ପି କହି କଟାକ୍ଷ କରିଛନ୍ତି। ସେପେଟ ବିଜେପିର ଚୌକିଦାର ଅଭିଯାନ ନେଇ କଂଗ୍ରେସ,ବିଜେପି,ବିଏସପି ,ଏସପି ମଧ୍ୟରେ ଚାଲିଛି କଥା କଟାକଟି।

୧୯ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବାପାଇଁ ସବୁ ଦଳ ଆରମ୍ଭ କରିଦେଇଛନ୍ତି କସରତ। ପ୍ରତିଦ୍ବନ୍ଦ୍ବିତାରେ ଆଗରେ ରହିବାପାଇଁ କେହି କାହାରିକୁ ଇଞ୍ଚେ ବି ସ୍ପେଶ୍ ଦେବା ମୁଡରେ ନାହାଁନ୍ତି। ଆରୋପ ପ୍ରତ୍ୟାରୋପର ମାତିଛନ୍ତି ନେତାଏ। ପ୍ରିୟଙ୍କା ଗାନ୍ଧିଙ୍କ ଉପରେ ଅରୁଚିକର ବୟାନ ଦେଇ ବିବାଦରେ ଘେରକୁ ଆସିଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା। ଦେଶର ପ୍ରଧାନମନ୍ତ୍ରୀ ହେବାନେଇ ମମତା ବାନାର୍ଜି କଥକ କରି ଚାଲିଯାଇଛନ୍ତି…. କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ ମଧ୍ୟ ଗାଇଛନ୍ତି।  ପପୁ କହୁଛନ୍ତି ଦେଶର ପ୍ରଧାନମନ୍ତ୍ରୀ ହେବେ। ଏବେ ପପ୍ପୁଙ୍କ ପପ୍ପି ବି ମଧ୍ୟ ଏହି ଦୌଡରେ ସାମିଲ ହୋଇଛନ୍ତି। ହେଲେ ଏମାନଙ୍କ କଥା କିଏ ଶୁଣିବ ବୋଲି କହିଛନ୍ତି ମହେଶ ଶର୍ମା ମୋଦି ଯଦି ଆଉଥରେ କ୍ଷମତାକୁ ଆସନ୍ତି ତେବେ ଭାରତର ଭାଗ୍ୟ ପରିବର୍ତ୍ତନ ସହିତ ପାକିସ୍ତାନର ମାନଚିତ୍ର ମଧ୍ୟ ବଦଳାଇଦେବେ ଶର୍ମା ଦୃଢୋକ୍ତି କରିଛନ୍ତି।

ବିଜେପିର ଚୌକିଦାର ଅଭିଯାନ ନେଇ ବିଜେପି କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଦ ରାଜନୈତିକ ପାଣିପାଗକୁ ସରଗରମ କରିଛି। ବିଜେପିର ଚୋକିଦାର ଅଭିଯାନକୁ  ପ୍ରିୟଙ୍କା ଗାନ୍ଧି ତାତ୍ସଲ୍ୟ  କରି କହିଛନ୍ତି ଦେଶର ଚୌକିଦାର ଧନୀ ଲୋକଙ୍କ  ପାଇଁ, ଚାଷୀଙ୍କ ପାଇଁ ନୁହଁ। କଂଗ୍ରେସର ଆଟାକକୁ କାଉଣ୍ଟର ଆଟାକ କରିଛନ୍ତି ବିଜେପି ନେତା  ଅନୀଲ ବିଜ୍ ।ବିଜେପି ନେତାଏ  ଟ୍ହିଟରରେ ନାଁ ଆଗରେ  ଚୌକିଦାର ଯୋଡିବାନେଇ ଯଦି କଂଗ୍ରେସର ଆପତ୍ତି ଥାଏ ତେବେ ସେମାନେ  ସେମାନଙ୍କର ନାଁ ଆଗରେ ପପ୍ପୁ ଶବ୍ଦ ଯୋଡିପାରନ୍ତି।

ବିଜେପିର ଚୌକିଦାର ଅଭିଯାନକୁ ମଧ୍ୟ ଜୋରଦାର ହମଲା କରିଛି ବିଏସପି, ଏସପି।୨୦୧୪ରେ ଚା ବିକୁଥିବା ଦେଶର  ପ୍ରଧାନମନ୍ତ୍ରୀ ଏବେ ବନିଯାଇଛନ୍ତି ଚୌକିଦାର। ୫ ବର୍ଷ ମୋଦି ସରକାରଙ୍କ  ଶାସନରେ ଦେଶର ସ୍ଥିତି  କେଉଁ ସ୍ତରରେ ପହଞ୍ଚିଛି ତାହା ଦର୍ଶାଉଛି ବୋଲି କହିଛନ୍ତି ମାୟାବତୀ କରିଛନ୍ତି କଟାକ୍ଷ। ସେପଟେ ମାୟାବତୀଙ୍କ କଟାକ୍ଷର ଜବାବ ଦେଇଛି ବିଜେପି ବିଧାୟକ ସୁରେନ୍ଦ୍ର ନାରାୟଣ ସିଂ। ମାୟାବତୀଙ୍କୁ ଷାଠିଏ ହେଲାଣି। ତଥାପି ଫେସିଆଲ କରି ,ଚୁଟିକୁ କଳା ରଙ୍ଗକରି ନିଜକୁ ଯୁବତୀ ବୋଲି ସଜେଇ ହେଉଛନ୍ତି। ସେ କଣ ଆମ ନେତାଙ୍କୁ ସୌଖୀନ ବୋଲି କହିବେ କହିଛନ୍ତି ସୁରେନ୍ଦ୍ର।

ସପ୍ତଦଶ ଲୋକସଭା ନିର୍ବାଚନର ଇଏତ ଆରମ୍ଭ ମାତ୍ର। ଏବେଠୁ ଆରୋପ ପ୍ରତ୍ୟାରୋପ ଝଡ ବୋହିଲାଣି। ଆଗକୁ ନେତାଏ ପରସ୍ପରକୁ ଆକ୍ରମଣ କରିବାକୁ ଯାଇ ଭାଷାର କେତେ ଶାଳୀନତା ସଂଯମତା ରଖୁଛନ୍ତି ଦେଖିବା ବାକି ରହିଲା ।

   Related Posts