Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

‘ଲଭର ବୟ ଇମେଜରୁ ବାହାରିବା ଉଚିତ୍’, ଶାହରୁଖଙ୍କୁ ନେଇ ଏମିତି କିଛି କହିଲେ ମହେଶ ମଞ୍ଜେଶକର…

8/11/2021 at 8:59 AM

ନୂଆଦୀଲ୍ଳୀ ୦୮।୧୧ : ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ନାଁରେ ଫିଲ୍ମ ଚାଲେ। ଶାହରୁଖ ଖାନ ତାଙ୍କ ଚଳଚ୍ଚିତ୍ର ଏବଂ ତାଙ୍କ ଅଭିନୟକୁ ଛୋଟ ଠାରୁ ବଡ ଯାଏଁ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ତାଙ୍କୁ ଓ ତାଙ୍କ ଅଭିନୟକୁ ନେଇ  ବଲିଉଡ ତଥା ମରାଠି ସିନେମାର ଜଣାଶୁଣା ନିର୍ଦ୍ଦେଶକ ମହେଶ ମଞ୍ଜରେକର କ ସାକ୍ଷାତକାରରେ ନେଇ କିଛି ବଡ଼ କଥା କହିଛନ୍ତି।

ମହେଶ ଏକ ସାକ୍ଷାତକାରରେ କହିଛନ୍ତି ଶାହାରୁଖ ତାଙ୍କ ପ୍ରତିଭା ସହ ନ୍ୟାୟ କରୁନାହାଁନ୍ତି। ସେ କେବଳ ଗୋଟିଏ ପ୍ରକାର ଚରିତ୍ର କରିବାକୁ ଚାହୁଛନ୍ତି ଏବଂ ଅନ୍ୟ କୌଣସି ପ୍ରକାର ଚରିତ୍ର କରିବାକୁ ଚାହୁନାହାନ୍ତି । ସେ ତାଙ୍କର ଲଭର ବଏ ଇମେଜରୁ ବାହାରିବାକୁ ଚାହୁନାହାଁନ୍ତି। ମହେଶ ଶାହାରୁଖଙ୍କ ପ୍ରଂଶସା କରିବା ସହ  ଶାହାରୁଖ ଜଣେ ସର୍ବୋତ୍ତମ ଅଭିନେତା ମଧ୍ୟ କହିଛନ୍ତି । ତାଙ୍କୁ ତାଙ୍କର ପୂର୍ବ ଇମେଜରୁ ବାହାରିବା ଦରକାର ଏବଂ ଅନ୍ୟ ଚରିତ୍ର ଗୁଡ଼ିକରେ ଅଭିନୟ କରିବା ପାଇଁ ଚେଷ୍ଟା କରିବା ଦରକାର। ସେ ଆହୁରି କହିଛନ୍ତି ଶାହାରୁଖ ସେହି ଚରିତ୍ର କରୁଛନ୍ତି ଯାହା ଏବେ ରଣବୀର ଏବଂ ରଣବୀର ସିଂହ କରୁଛନ୍ତି।

ହେଲେ ଫ୍ୟାନ ତାଙ୍କୁ ଏମିତି ଚରିତ୍ରରେ ଦେଖିବାକୁ ଚାହୁଛନ୍ତି ଯାହା କେବଳ ଶାହାରୁଖ କରିପାରିବେ। ତାଙ୍କୁ ନିଜ ଫ୍ରେମରୁ ବାହାରି କିଛି ଅଲଗା କରିବା ଦରକାର। ଏମିତି କରି ସେ ନିଶ୍ଚୟ କମାଲ କରିଦେଖାଇବେ। ଏଥିପାଇଁ ତାଙ୍କ କ୍ରେଜ କମିବାରେ ଲାଗିଛି। ଏପରି କିଛି କହି ବଲିଉଡର ରୋମାନ୍ସ କିଙ୍ଗଙ୍କୁ ପାଠ ପଢ଼ାଇଛନ୍ତି ମହେଶ ମଞ୍ଜରେକର।

ଏପରି କିଛି କାମ କଲେ ଲୋକେ ଶାହରୁଖଙ୍କ ଫିଲ୍ମ ଦେଖିବାକୁ କାହିଁକି ସିନେମା ଘରକୁ ଯିବେ। ତାଙ୍କୁ ଆଉଟ ଅଫ୍‌ ଦି ବକ୍ସ କିଛି କରିବା ଉଚିତ। ଯାହାକୁ ଦେଖି ଫ୍ୟାନ୍ସଙ୍କ ପାଟିରୁ ଆପେ ଆପେ ବାହାରିବ ହଁ ଏହା ଶାହରୁଖଙ୍କ ରୋଲ । ଶାହାରୁଖ ନିଜର ଆଗାମୀ ଫିଲ୍ମରେ ମଧ୍ୟ ଅଲଗା କରିବାକୁ ଯାଉଛନ୍ତି । ତାଙ୍କର ଆଗାମୀ ଫିଲ୍ମ ‘ପଠାନ’ର ସୁଟିଂ ଶେଷ ପର୍ଯ୍ୟାୟରେ ରହିଛି । ମହେଶଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ୍‌’ ଖୁବ୍‌ ଶୀଘ୍ର ବଡ଼ପରଦାରେ ରିଲିଜ ହେବ । ଏହି ଫିଲ୍ମରେ ଲିଡ୍‌ ରୋଲରେ ଦବଙ୍ଗ ଖାନ ସଲମାନ ଓ ତାଙ୍କ ଭିଣୋଇ ଆୟୂଷ ଶର୍ମା ନଜର ଆସିବେ।

   Related Posts