Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ବଢ଼ିଲା ଆରବିଆଇ ଡେପୁଟି ଗଭର୍ଣ୍ଣର ମହେଶ କୁମାର ଜୈନଙ୍କ କାର୍ଯ୍ୟକାଳ

9/06/2021 at 10:14 PM

ନୂଆଦିଲ୍ଲୀ ୯/୬:  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡେପୁଟି ଗଭର୍ଣ୍ଣର ମହେଶ କୁମାର ଜୈନଙ୍କ କାର୍ଯ୍ୟକାଳ ୨ ବର୍ଷ ବଢ଼ିଲା। ଏନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ମହେଶ କୁମାର ଜୈନଙ୍କ ୩ ବର୍ଷର କାର୍ଯ୍ୟକାଳ ୨୧ ଜୁନ୍‌ରେ ପୂରା ହେବାକୁ ଥିଲା। କିନ୍ତୁ ମୋଦୀ କ୍ୟାବିନେଟ୍‌ର ନିଯୁକ୍ତି ସମିତି ମଙ୍ଗରବାର ୨୨ ଜୁନ୍‌ରୁ ୨ ବର୍ଷ ପାଇଁ ଆରବିଆଇର ଡେପୁଟି ଗଭର୍ଣ୍ଣର ମହେଶ କୁମାର ଜୈନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ମଞ୍ଜୁରୀ ଦେଇଛି।

ମହେଶ କୁମାର ଜୁନ ୨୦୧୮ରେ ୩ ବର୍ଷ ପାଇଁ ଆରବିଆଇର  ଡେପୁଟି ଗଭର୍ଣ୍ଣର ନିଯୁକ୍ତ ହୋଇଥିଲେ। ଏସଏସ ମୁନ୍ଦ୍ରାଙ୍କ ସ୍ଥାନରେ ସେ ଏହି ଦାୟିତ୍ବ ଗ୍ରହଣ କରିଥିଲେ। ଆରବିଆଇରେ ଯୋଗ ଦେବା ପୂର୍ବରୁ ସେ ଆଇଡିବିଆଇ ବ୍ୟାଙ୍କର ଏମଡି ଥିଲେ।

ଏହା ସହ ନଭେମ୍ବର ୨୦୧୫ରୁ ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତ  ଇଣ୍ଡିଆନ ବ୍ୟାଙ୍କର ସିଇଓ ଥିଲେ ମହେଶ କୁମାର ଜୈନ। ତାଙ୍କ ବ୍ୟତୀତ ଅନ୍ୟ ୩ ଆରବିଆଇ ଡେପୁଟି ଗଭର୍ଣ୍ଣର ହେଉଛନ୍ତି- ମାଇକେଲ ପାତ୍ର, ଏମ ରାଜେଶ୍ବର ରାଓ ଏବଂ ଟି ରବି ଶଙ୍କର।

   Related Posts