Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସ୍ୱପନ ଦାଶଗୁପ୍ତାଙ୍କୁ ପୁଣି ସାଂସଦ ମନୋନୟନ କଲେ ରାଷ୍ଟ୍ରପତି, ରଘୁନାଥ ମହାପାତ୍ରଙ୍କ ସ୍ଥାନ ନେବେ ଜେଠମଲାନୀଙ୍କ ପୁତ୍ର

1/06/2021 at 9:24 PM

ନୂଆଦିଲ୍ଲୀ ୧।୬: ବିଶିଷ୍ଟ ଓକିଲ ତଥା ପୂର୍ବତନ ବିଜେପି ନେତା ଶ୍ରୀରାମ ଜେଠମଲାନୀଙ୍କ ପୁତ୍ର ମହେଶ ଜେଠମଲାନୀ ଓ ପଶ୍ଚିମବଙ୍ଗର ବିଜେପି ନେତା ସ୍ୱପନ ଦାଶଗୁପ୍ତାଙ୍କୁ  ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟସଭା ସାଂସଦ ମନୋନୀତ କରିଛନ୍ତି। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଦାଶଗୁପ୍ତାଙ୍କ ଇସ୍ତଫାରେ ରିକ୍ତ ହୋଇଥିବା ଆସନରେ ତାଙ୍କୁ ସାଂସଦ ମନୋନୀତ କରାଯାଇଥିବା ସୂଚିତ କରାଯାଇଛି।

ସମ୍ବିଧାନର ଅନୁଚ୍ଛେଦ ୮୦ର ଉପବନ୍ଧ (୧) ଭାଗ (ଏ) ତଥା ଏହି ଅନୁଚ୍ଛେଦର ଉପବନ୍ଧ ୩ରେ ପ୍ରଦତ୍ତ କ୍ଷମତା ଅନୁସାରେ ରାଷ୍ଟ୍ରପତି ଏହି ମନୋନୟନ କରିଛନ୍ତି। ଦାସଗୁପ୍ତାଙ୍କ ମନୋନୟନ ୨୪ ଏପ୍ରିଲ ୨୦୨୨ରେ ଶେଷ ହେଉଥିବା ତାଙ୍କ କାର୍ଯ୍ୟକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ। ଦାଶଗୁପ୍ତା ଗତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବା ଲାଗି ରାଜ୍ୟସଭାରୁ ଇସ୍ତଫା ଦେଇ ଦଳୀୟ ଟିକେଟରେ ଲଢି ହାରି ଯାଇଥିଲେ।

ସେହିପରି ଓଡ଼ିଶାରୁ ରାଷ୍ଟ୍ରପତିଙ୍କ ମନୋନୀତ ରାଜ୍ୟସଭା ସାଂସଦ ଥିବା ରଘୁନାଥ ମହାପାତ୍ରଙ୍କର କରୋନାରେ ମୃତ୍ୟୁ ଯୋଗୁ ରିକ୍ତ ଆସନରେ ମହେଶ ଜେଠମଲାନୀଙ୍କୁ ରାଷ୍ଟ୍ରପତି ସାଂସଦ ମନୋନୀତ କରିଛନ୍ତି। ରାଜ୍ୟସଭାରେ ମହାପାତ୍ରଙ୍କ କର୍ଯ୍ୟକାଳ ୧୩ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ଥିଲା। ମହେଶ ମଧ୍ୟ ସେହି ଅବଧି ପର୍ଯ୍ୟନ୍ତ ସାଂସଦ ଅବସ୍ଥାପିତ ରହିବେ ବୋଲି ବିଜ୍ଞପ୍ତିରେ ସୂଚିତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପରାମର୍ଶରେ ରାଷ୍ଟ୍ରପତି ରାଜ୍ୟସଭା ଲାଗି ୧୨ ଜଣ ସଦସ୍ୟଙ୍କୁ ମନୋନୀତ କରିଥାନ୍ତି। ସାହିତ୍ୟ, ବିଜ୍ଞାନ, ଖେଳକୁଦ, କଳା ଓ ସମାଜ ସେବା କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ଉଚ୍ଚ ସଦନକୁ ମନୋନୀତ କରିଥାନ୍ତି। ଏଥିରେ ଦୁଇ ରିକ୍ତ ପଦ ମଧ୍ୟରୁ ଜଣେ ପୁରୁଣା ସଦସ୍ୟଙ୍କୁ ମନୋନୟନ କରାଯାଇଥିବା ବେଳେ ମହେଶ ନୂଆ ସଦସ୍ୟ ହେବେ।  

   Related Posts