Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ମହେଶ ଭଟ୍ଟଙ୍କୁ ବଲିଉଡ୍‌ର‌ ଡନ୍‌ କହିଲେ ନିଜ ଭାଣିଜୀ ବୋହୂ ଲୁବୀନା ଲୋଧ୍‌, ଅଭିଯୋଗକୁ ଖଣ୍ଡନ କଲେ ପ୍ରଯୋଜକଙ୍କ ଓକିଲ

23/10/2020 at 10:39 PM

ମୁମ୍ବାଇ ୨୩/୧୦: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡର କଳା ଚେହେରା ସାମ୍ନାକୁ ଆସିଛି। ରାଜପୁତଙ୍କ ମୃତ୍ୟୁ ପାଇଁ ନେପୋଟିଜିମ୍‌କୁ ଦାୟୀ କରି କରଣ ଜୋହର ଓ ଷ୍ଟାରକିଡ୍‌ସଙ୍କ ଉପରେ ଲୋକେ ଜୋରଦାର ବର୍ଷିଥିଲେ। ଏପରିକି ପ୍ରଯୋଜକ ମହେଶ ଭଟ୍ଟଙ୍କୁ ବଲିଉଡର ଖଳନାୟକ ବି ଲୋକେ କହିଲେ। ମହେଶ ଭଟ୍ଟଙ୍କୁ ଏଥିରେ କିଛି ଫରକ ପଡ଼ିନଥିଲା। କିନ୍ତୁ ସତ କେବେ ଲୁଚି ରହେନା। କାରଣ ମହେଶ ଭଟ୍ଟଙ୍କ ଭାଣିଜୀ ବୋହୂ ତଥା ଅଭିନେତ୍ରୀ ଲୁବୀନା ଲୋଧ ପ୍ରଯୋଜକଙ୍କ ଉପରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ତାଙ୍କୁ ଭଟ୍ଟ ପରିବାର ନିର୍ଯାତନା ଦେଉଥିବା ସହ ମହେଶ ଭଟ୍ଟ ବଲିଉଡର ଡନ୍‌ ବୋଲି ନିଜ ଇନ୍‌ଷ୍ଟାଗ୍ରାମରେ ଭିଡିଓ ସେୟାର କରି କହିଛନ୍ତି ଲୁବୀନା।

ଲୁବୀନା ମହେଶ ଭଟ୍ଟଙ୍କ ଭଣଜା ସୁମିତ ସମରଓ୍ବାଲଙ୍କୁ ବିବାହ କରିଛନ୍ତି। କିନ୍ତୁ ସୁମିତ ବଲିଉଡ ଅଭିନେତ୍ରୀଙ୍କୁ ଡ୍ରଗ୍ସ ପଠାଉଥିବା ଜଣାପଡ଼ିବା ପରେ ସେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା କହିଛନ୍ତି ଲୁବୀନା। ଏହାସହ ସୁମିତ ଅଲଗା ଝିଅଙ୍କ ଫଟୋ ନିଜ ଫୋନରେ ରଖିବା ସହ ନିର୍ଦେଶକମାନଙ୍କୁ ଦେଖାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଏନେଇ ମହେଶ ଭଟ୍ଟ ସବୁ ଜାଣିଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ଡନ୍‌ ହେଉଛନ୍ତି ମହେଶ ଭଟ୍ଟ। ତାଙ୍କ ନିୟମ ଅନୁସାରେ ନଚାଲିଲେ ଜୀବନ ନର୍କ କରିଦିଅନ୍ତି ଭଟ୍ଟ। ବହୁ ଅଭିନେତା, ଲେଖକ, ନିର୍ଦେଶକ ଓ କମ୍ପୋଜରଙ୍କୁ ସେ ବାହାର କରିଛନ୍ତି। ସେ ଗୋଟିଏ ଫୋନ୍‌ କରିଦେଲେ ସବୁ କାମ ହୋଇଯାଉଛି ଲୋକଙ୍କୁ ଜଣା ବି ପଡ଼ୁନି ବୋଲି କହିଛନ୍ତି ଲୁବୀନା

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି,‘ମୁଁ ଯେବେ ଠାରୁ ତାଙ୍କ ନାଁରେ କେସ୍‌ ଫାଇଲ୍‌ କରିଛି ସେ ମୋ ପଛରେ ଲାଗିଛନ୍ତି। ବିଭିନ୍ନ ଉପାୟରେ ସେ ମୋ ଘରେ ପଶିବାକୁ ଚେଷ୍ଟା କରୁଛନ୍ତି। ପୋଲିସ୍‌ ଷ୍ଟେସନରେ ମୋ କଥା କେହି ଶୁଣୁନାହାନ୍ତି କି କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ।’ ଯଦି ତାଙ୍କର କିଛି ହୋଇଯାଏ ତେବେ ଏଥିପାଇଁ ମହେଶ ଭଟ୍ଟ, ମୁକେଶ ଭଟ୍ଟ, ସୁମିତ ସବରଓ୍ବାଲ୍‌, ସାହିଲ ସେହଗଲ ଓ କୁମକୁମ ସେହଗଲ ଦାୟୀ ରହିବେ ବୋଲି ମଧ୍ୟ କହିଛନ୍ତି ଲୁବୀନା ଲୋଧ।

ଅନ୍ୟପଟେ ଲୁବୀନାଙ୍କ ‘ମହେଶ ଭଟ୍ଟ ବଲିଉଡ୍‌ ଡନ୍‌’ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମହେଶ ଭଟ୍ଟଙ୍କ ଓକିଲ। ଏହାକୁ ମିଛ ଓ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି।  ତେବେ ମହେଶଙ୍କ ଓକିଲ ଷ୍ଟେଟମେଣ୍ଟ ଜାରି କରି କହିଛନ୍ତି, ଅଭିନେତ୍ରୀ ଲୁବୀନା ଲୋଧ ଭିଡିଓ ମାଧ୍ୟମରେ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ତାହା ମିଥ୍ୟା ଓ ନିନ୍ଦନୀୟ। ଏହା ମୋ ମହକିଲଙ୍କୁ ଅପମାନିତ କରିଛି। ଯଦି ମହକିଲ ଚାହିଁବେ ତେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରିବ।

   Related Posts