Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ପରବିନ ବାବିଙ୍କ ଚରିତ୍ରରେ ଅଭିନୟ କରିବେ ଏହି ସାଉଥ୍‌ ଅଭିନେତ୍ରୀ, ମହେଶ ଭଟ୍ଟ ସେୟାର କଲେ ଫଟୋ

5/02/2020 at 8:52 AM

ମୁମ୍ବାଇ୫|୨: ବଲିଉଡର ପ୍ରସିଦ୍ଧ ଫିଲ୍ମମେକର ମହେଶ ଭଟ୍ଟ ତାଙ୍କର ପ୍ରଥମ ୱେବ ସିରିଜ୍‌ ନିର୍ମାଣ କରିବାକୁ ପ୍ରସ୍ତୁତ ହୋଇସାରିଛନ୍ତି। ୭୦ ଦଶକର ଚର୍ଚ୍ଚିତା ଅଭିନେତ୍ରୀ ପରବିନ ବାବିଙ୍କ ଉପରେ ୱେବ୍‌ ସିରିଜ ନିର୍ମାଣ କରିବେ ମହେଶ ଭଟ୍ଟ। ନିକଟରେ ମହେଶ ନିଜେ ସୋସିଆଲ ମିଡିଆରେ ଏହି ବିଷୟରେ ଘୋଷଣା କରିଛନ୍ତି।

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରୋଯେକ୍ଟ ବିଷୟରେ ଖୁଲାସା କରି ଏଥିରେ ଥିବା କଳାକାର ଓ ନିର୍ଦ୍ଦେଶକଙ୍କ ବିଷୟରେ ମଧ୍ୟ କହିଛନ୍ତି। ସେ ତାଙ୍କ ପୁରା ଟିମ୍‌ ସହ ଏକ ଫଟୋ ସେୟାର କରିଛନ୍ତି। ଏହି ଓ୍ବେବ ସିରିଜ୍‌ରେ ୭୦ ଦଶକର ବଲିଉଡ୍‌ ଦୁନିଆ କଥା କହିବ ବୋଲି ସେ କହିଛନ୍ତି।

ଏହି ୱେବ୍‌ ସିରିଜ୍‌ରେ ସାଉଥ ଅଭିନେତ୍ରୀ ଅମଲା ପଲ, ତାହିର ରାଜ ଭସିନ, ଅମୃତା ପୁରି ନଜର ଆସିବେ। ପୁଷ୍ପଦୀପ ଭରଦ୍ୱାଜ ଏହାର ନର୍ଦ୍ଦେଶନା କରିବେ । ଏହାର ଟାଇଟେଲ ଓ ରିଲିଜ୍‌ ଡେଟ୍‌ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ସାଉଥ୍‌ ଅଭିନେତ୍ରୀ ଅମଲା ପଲ ଏହି ସିରିଜ୍‌ରେ ପରବିନ ବାବିଙ୍କ ଭୂମିକାରେ ଅଭିନୟ କରିବେ। ସୂଚନାଯୋଗ୍ୟ ଯେ, ଅନ୍ୟ ପ୍ରୋଜେକ୍ଟରୁ ସମୟ ବାହାର କରି ଅମଲା ଏହି ପ୍ରୋଜେକ୍ଟ ପାଇଁ କାମ କରୁଛନ୍ତି।

କିଛିଦିନ ପୂର୍ବରୁ ଅମଲା ନିଜେ କହିଥିଲେ ଯେ, ସେ ହିନ୍ଦୀ ସିନେମା ଜଡିତ ଏକ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି। ଯାହାର ଶୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଅମଲା ମଧ୍ୟ ଏହି ପ୍ରୋଯେକ୍ଟରେ କାମ କରି ନିଜ ଖୁସି ପ୍ରକାଶ କରିଛନ୍ତି। ଜଣେ ସୁପରହିଟ୍‌ ଅଭିନେତ୍ରୀଙ୍କ ଚରିତ୍ରରେ ଅଭିନୟ କରିଥିବାରୁ ସେ ଗର୍ବିତ।

୭୦ ଦଶକର ଅଭିନେତ୍ରୀ ପରବିନଙ୍କ ସହ ମହେଶଙ୍କର ବହୁତ ଭଲ ସମ୍ପର୍କ ଥିଲା। ଏଥିପାଇଁ ଏହି ସିରିଜ ମହେଶଙ୍କ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ସେହି ସମୟରେ ପରବିନ୍‌ ବାବି ଓ ମହେଶ ଭଟ୍ଟଙ୍କର ଘନିଷ୍ଠ ସମ୍ପର୍କ ଥିଲା ଓ ଏହା କାହାଠୁ ଲୁଚି ନଥିଲା। ମହେଶ ଭଟ୍ଟ ନିଜ ସହ ପରବିନ୍‌ ବାବିଙ୍କ ସମ୍ପର୍କ ନେଇ ଏହି ପ୍ରୋଯେକ୍ଟ ତିଆରି କରିଛନ୍ତି।

 

   Related Posts