ସୁଶାନ୍ତଙ୍କ ମୃତ୍ୟୁ ଦିନ ରିୟାଙ୍କୁ ୨ ଥର କଲ୍ କରିଥିଲେ ମହେଶ ଭଟ୍ଟ, କିନ୍ତୁ...

Published By : Prameya-News7 Bureau | August 21, 2020 IST

ମୁମ୍ବାଇ, ୨୧|୦୮:  ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । କିଛି ସମୟ ତଳେ ରିୟା ଚକ୍ରବର୍ତ୍ତୀ ଓ ମହେଶ ଭଟ୍ଟଙ୍କ ହ୍ୱାଟସଆପ୍ ଚାଟ୍ ଭାଇରାଲ ହୋଇଥିଲା । ଏବେ ଚାଟ୍‌କୁ ନେଇ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ମହେଶ ଭଟ୍ଟ ରିୟାଙ୍କୁ କଲ୍ କରିବା ପାଇଁ କହିଥିଲେ । ଏପରିକି ସୁଶାନ୍ତଙ୍କ ମୃତ୍ୟୁ ଦିନ ମହେଶ ରିୟାଙ୍କୁ ୨ଥର କଲ୍ କରିଥିଲେ । କିନ୍ତୁ ରିୟା ରିସିଭ୍ କରିନଥିଲେ ।

ଜୁନ ୮ରୁ ୧୪ ତାରିଖ ମଧ୍ୟରେ ଉଭୟଙ୍କ ମଧ୍ୟରେ ହୋଇଥିବା ଚାଟ୍‌ରେ ଆହୁରି ମଧ୍ୟ ଜଣାପଡିଛି ଯେ, ରିୟା ସୁଶାନ୍ତଙ୍କ ସହ ସମ୍ପର୍କକୁ ନେଇ ଖୁସି ନଥିଲେ । ଏପରିକି ରିୟାଙ୍କ ପିତା ମଧ୍ୟ ସମ୍ପର୍କକୁ ନେଇ ଖୁସି ନଥିଲେ ।

ସେହିଦିନ ଅର୍ଥାତ ଜୁନ ୮ ତାରିଖରେ ରିୟା ସୁଶାନ୍ତଙ୍କ ଘର ଛାଡିଥିଲେ । ଏହାପରେ ସେ ମହେଶ ଭଟ୍ଟଙ୍କୁ ମେସେଜ କରି ସବୁ ଜଣାଇଥିଲେ । ଏପରିକି ମହେଶଙ୍କୁ ଦେବତା ବୋଲି କହିଥିଲେ ।

ଏହାର ଉତ୍ତରରେ ମହେଶ ଲେଖିଥିଲେ ଯେ, ଆଉ ପଛକୁ ଚାହଁନାହିଁ । ଯାହା ହେବ ନାହିଁ ବୋଲି ସମସ୍ତେ କୁହନ୍ତି ତାହା କରିକି ଦେଖାଅ । ଏପରିକି ତୁମ ବାପାଙ୍କୁ ମଧ୍ୟ ଭଲ ମୋ ତରଫରୁ ଭଲ ପାଇବା ଦେବ ବୋଲି ମହେଶ କହିଥିଲେ ।

ସୂଚନାଯୋଗ୍ୟ, ରିୟା ପୋଲିସରେ ବୟାନ ଦେଇଥିଲେ ଯେ, ସୁଶାନ୍ତ ରିୟାଙ୍କୁ ଘରୁ ଚାଲିଯିବାକୁ କହିଥିଲେ । କିନ୍ତୁ ମେସେଜ ଆଉ କିଛି କଥା ଆଡକୁ ଇସାରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.