ମହେଶ ଭଟ୍ଟଙ୍କ ଏସୋସିଏଟଙ୍କ ଖୁଲାସା : ସୁଶାନ୍ତ ସିଂହଙ୍କୁ ଶୁଭୁଥିଲା ଅଜବ ଅଜବ ଆବାଜ, ଭାବୁଥିଲେ ତାଙ୍କୁ ଲୋକେ ମାରିଦେବେ...

Published By : Prameya-News7 Bureau | June 16, 2020 IST

ମୁମ୍ବାଇ ୧୬/୦୬ : ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ସାରା ବଲିଉଡକୁ ସ୍ତବ୍ଦ କରିଦେଇଛି | ସୁଶାନ୍ତ ସିଂହଙ୍କ ପରିବାର ଓ ସମ୍ପର୍କୀୟ ଏବେ ମଧ୍ୟ ସଦମାରେ ଅଛନ୍ତି | ଲୋକେ ଆଜି ମଧ୍ୟ ବିଶ୍ୱାସ କରିପାରୁ ନାହାନ୍ତି ଯେ ସୁଶାନ୍ତ ସିଂହ ଏହିଭଳି ପଦକ୍ଷେପ ନେଇପାରନ୍ତି | ତାଙ୍କ ନିଧନ ପରେ ସସଲ ମିଡ଼ିଆରେ ଅନେକ ପ୍ରଶ୍ନ ଉଠିଛି | ନିର୍ଦେଶକ ମହେଶ ଭଟ୍ଟ ନିକଟତର ଏସୋସିଏଟ ଏବଂ ଲେଖକ ସୁହିତ୍ରା ସେନଗୁପ୍ତା ଆଉ ଏକ ଖୁଲାସା କରିଛନ୍ତି | ସେ କହିଛନ୍ତି ଯେ, ସୁଶାନ୍ତଙ୍କୁ ଆବାଜ ଶୁଭୁଥିଲା |

{"id":287278,"sizeSlug":"large"}

ସୁହିତ୍ରା ସେନଗୁପ୍ତା ନ୍ୟାସନାଲ ହେରାଲଡ ଇଣ୍ଡିଆ ସହିତ କଥାବାର୍ତ୍ତା କରି କହିଛନ୍ତି ଯେ, "ସୁଶାନ୍ତ ସିଂହ ରାଜପୁତ ଥରେ ମହେଶ ଭଟ୍ଟଙ୍କ ସଡକ-୨ ରେ ଅଭିନୟ ପାଇଁ ସାକ୍ଷାତ କରିବାକୁ ଆସିଥିଲେ | ସେ ବହୁତ କଥା ହୁଅନ୍ତି | ସେ ପ୍ରତ୍ୟେକ ବିଷୟରେ ଆଲୋଚନା କରନ୍ତି | କ୍ଵାଣ୍ଟମ ଫିଜିକ୍ସ ହେଉ କିମ୍ବା ସିନେମା ସେ ସବୁ ବିଷୟରେ ଆଲୋଚନା କରନ୍ତି | ତାଙ୍କୁ ଲୋକଙ୍କ ସହ ମିଶିବା, କଥାବାର୍ତ୍ତା ହେବା ବହୁତ ପସନ୍ଦ | ସେତେବେଳେ ମହେଶ ଭଟ୍ଟ ଜାଣି ସାରିଥିଲେ ଯେ ତାଙ୍କ ଅବସ୍ଥା ପରବୀନ ବବି ଭଳି ହୋଇଗଲାଣି | ଏବେ କେବଳ ଔଷଧ ହିଁ ତାଙ୍କୁ ଠିକ କରିପାରିବ | ରିୟା ଚକ୍ରବର୍ତ୍ତୀ ଯେତେ ସମୟ ତାଙ୍କ ସହିତ ଥିଲେ ତାଙ୍କୁ ଠିକ ସମୟରେ ଔଷଧ ଖାଇବାକୁ ମନେପକାଇ ଦେଉଥିଲେ | କିନ୍ତୁ ସୁଶାନ୍ତ ଔଷଧ ଖାଇବାକୁ ମନା କରିଥିଲେ |"

{"id":287279,"width":574,"height":321,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ପାଖାପାଖି ବର୍ଷେ ହେବା ସୁଶାନ୍ତ ବାହାର ଦୁନିଆରୁ ନିଜ ସମ୍ପର୍କ ଛିନ୍ନ କରି ସାରିଥିଲେ | ରିୟା ତାଙ୍କ ସହିତ ଥିଲେ କିନ୍ତୁ ସେ ମଧ୍ୟ ତାଙ୍କ ସହିତ ଅଧିକ ସମୟ ରହି ପାରୁନଥିଲେ | ଧୀରେ ଧୀରେ ସୁଶାନ୍ତଙ୍କୁ ଅଜବ ଅଜବ ଆବାଜ ଶୁଭୁଥିଲା | ସେ ଅନୁଭବ କରି ସାରିଥିଲେ ଯେ ଲୋକେ ତାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି | ଦିନେ ସୁଶାନ୍ତ ଓ ରିୟା ତାଙ୍କ ଘରେ ଅନୁରାଗ କଶ୍ୟପଙ୍କ ଫିଲ୍ମ ଦେଖୁଥିଲେ | ସେତେବେଳେ ସେ ରିୟାଙ୍କୁ କହିଥିଲେ ଯେ, 'ମୁଁ ଅନୁରାଗ କଶ୍ୟପଙ୍କ ଫିଲ୍ମକୁ ମନା କରିଦେଇଛି, ଏବେ ସେ ମୋତେ ମାରିଦେବେ |' ସୁଶାନ୍ତଙ୍କ ଏହିଭଳି କଥା ଶୁଣି ରିୟାଙ୍କୁ ଡର ଲାଗି ବସିଥିଲା ବୋଲି ସେ କହିଛନ୍ତି |

{"id":287280,"sizeSlug":"large"}

ସେ କହିଛନ୍ତି ଯେ ଯେତେବେଳେ ମହେଶ ଭଟ୍ଟ ଏ ସମ୍ପର୍କରେ ଜାଣିବାକୁ ପାଇଲେ ସେ ତୁରାନର ରିୟାଙ୍କୁ ସୁଶାନ୍ତଙ୍କ ଠାରୁ ଦୂରେଇବାକୁ ପରାମର୍ଶ ଦେଇଥିଲେ | ସେ ରିୟାଙ୍କୁ କହିଥିଲେ ଯେ ସେ ଏବେ ଆଉ କୌଣସି ପ୍ରକାରେ ସୁଶାନ୍ତ ସିଂହଙ୍କୁ ସାହାଯ୍ୟ କରି ପରିବେନାହିଁ | ଯଦି ସେ ସୁଶାନ୍ତଙ୍କ ସହ ରୁହନ୍ତି ତାହେଲେ ତାଙ୍କ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡିବ | ଏହାପରେ ରିୟା ସୁଶାନ୍ତ ସିଂହଙ୍କ ଭଉଣୀଙ୍କୁ ଅପେକ୍ଷା କରିଥିଲେ ଯେ ସେ କେବେ ଆସିବେ ଏବଂ ତାଙ୍କୁ ସମ୍ଭାଳିବେ | କିନ୍ତୁ ତା ପୂର୍ବରୁ ସେ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଗଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.