‘ମହେଶ ଭଟ୍ଟ ଏବଂ ରିୟା ଚକ୍ରବର୍ତ୍ତୀଙ୍କ କଥା ସିବିଆଇ ସାମନାରେ ରଖାଯାଉ’- ଶତୃଘ୍ନ ସିହ୍ନା

Published By : Prameya-News7 Bureau | August 22, 2020 IST

ମୁମ୍ବାଇ ୨୨/୮: ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଏହି ସମୟରେ ମହେଶ ଭଟ୍ଟ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ଚ୍ୟାଟ୍ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ମହେଶ ଭଟ୍ଟ ରିୟାଙ୍କୁ ଗାଇଡ କରୁଛନ୍ତି।

{"id":318325,"sizeSlug":"large"}

ଏହି ମାମଲାରେ ଶତ୍ରୃଘ୍ନ ସିହ୍ନା ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଏକଥାକୁ ଯଦି ସମସ୍ତଙ୍କ ଆଗରେ ରଖିବାର ଅଛି ତେବେ ସିବିଆଇ ସାମନାରେ ରଖିବା ଉଚିତ୍। ଆମକୁ ତ ଏହା ବି ଜଣା ନାହିଁ ଯେ ବାପା,ଗଡଫାଦର କିମ୍ବା କିଭଳି ସମ୍ପର୍କ ଥିଲା। ରିୟାଙ୍କ ସହ ତାଙ୍କର ସାକ୍ଷାତ ହୋଇନାହିଁ। ମହେଶ ଭଟ୍ଟ କ’ଣ କହିଛନ୍ତି,କେଉଁ ଆଧାରରେ କହିଛନ୍ତି,କିଭଳି ସମ୍ପର୍କ ଥିଲା? କ’ଣ ସେ ବାପା ଭଳି ତାଙ୍କୁ ଗାଇଡ କରୁଥିଲେ ନା ଗଧଫାଦର ଥିଲେ,ତାଙ୍କୁ ଏବିଷୟରେ କହିବାର କୌଣସି ଅଧିକାର ନାହିଁ କାରଣ ତାଙ୍କୁ ଏବିଷୟରେ କୌଣସି ସୂଚନା ନାହିଁ। ସେ ମହେଶ ଭଟ୍ଟଙ୍କ ସହ ବୋଧହୁଏ ୫ବର୍ଷ ତଳେ ଭେଟିଥିଲେ। ତାଙ୍କୁ ଲାଗୁଛି ଯେ ସିବିଆଇ ସାମନାରେ ଏସବୁ କଥା ରଖିବା ଉଚିତ୍।

{"id":318326,"sizeSlug":"large"}

ବଲିଉଡରେ କ’ଣ ଗ୍ୟାଙ୍ଗସ୍ ରହିଛି ଯାହା ବିଷୟରେ କଙ୍ଗନା କହୁଛନ୍ତି? ଏବିଷୟରେ ପଚରାଯିବାରୁ ସେ କହିଥିଲେ,‘କଙ୍ଗନା ରଣଓ୍ବତଙ୍କ କଥାକୁ ସେ ବହୁତ ଦୂର ଯାଏଁ ସମର୍ଥନ କରୁଛନ୍ତି କାରଣ ଏହି ଯେଉଁ ଗ୍ୟାଙ୍ଗ୍ ରହିଛି ଏହା ଆମ ସମୟରେ ମଧ୍ୟ ଥିଲା। ଯେତେବେଳେ ଆପଣଙ୍କ ଫିଲ୍ମ ଚାଲିଥାଏ ସେମାନେ ଆପଣଙ୍କ ବନ୍ଧୁ ହୋଇଯାଆନ୍ତି ,ଆପଣଙ୍କୁ ପଚାରନ୍ତି,କିନ୍ତୁ ଯେମିତି ଆପଣଙ୍କ ଅନ୍ୟ ଏକ ଫିଲ୍ମ ଫ୍ଲପ୍ ହୋଇଯାଇଥାଏ ସେତେବେଳେ ଏହି ସମ୍ପର୍କ ଆଉ କାହା ସହ ଆରମ୍ଭ ହୋଇଯାଇଥାଏ।

{"id":318327,"sizeSlug":"large"}

ଶତ୍ରୃଘ୍ନଙ୍କୁ ପଚରାଯାଇଥିଲା ଯେ କ’ଣ ତାଙ୍କୁ ଲାଗୁଛି ଯେ ରିୟା ଗିରଫ ହେବା ଉଚିତ୍। ସେତେବେଳେ ସେ କହିଥିଲେ ଯେ ସେ ଏତେ ନିକଟରୁ ମାମଲାକୁ ଷ୍ଟଡି କରି ନାହାନ୍ତି। ସେ ସୁଶାନ୍ତଙ୍କ ପରିବାରର ଇଜ୍ଜତ କରନ୍ତି। ସୁଶାନ୍ତଙ୍କ ଭଳି ସେମାନେ ମଧ୍ୟ ସଭ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.