Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବାସ୍ତବ ଜୀବନରେ କୌଣସି ହିରୋ ଠାରୁ କମ୍ ନୁହଁନ୍ତି ମହେଶ ବାବୁ, ଗରୀବ ପିଲାଙ୍କ ହାର୍ଟ ସର୍ଜରୀ କରାଇ ଦେଉଛନ୍ତି ନୂଆ ଜୀବନ

11/03/2021 at 1:14 PM

ନୂଆଦିଲ୍ଲୀ ୧୧/୦୩:  ଫିଲ୍ମରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିବା ତେଲଗୁ ସୁପରଷ୍ଟାର୍ ମହେଶ ବାବୁ ବାସ୍ତବ ଜୀବନରେ ମଧ୍ୟ ହିରୋଠାରୁ କମ୍ ନୁହଁନ୍ତି । ମହେଶ ବାବୁ କେବଳ ତାଙ୍କ ଫିଲ୍ମ ପାଇଁ ନୁହେଁ ବରଂ ଗରିବ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ବେଶ ଲୋକପ୍ରିୟ ।  ନିକଟରେ ସେ ଏକ ଗରିବ ପିଲାର ହାର୍ଟ ସର୍ଜରୀ କରାଇ ତାକୁ ନୂଆ ଜୀବନ ଦେଇଛନ୍ତି ।

नम्रता शिरोडकर और महेश बाबू

ମହେଶ ବାବୁ ଚ୍ୟାରିଟି ମାଧ୍ୟମରେ ହୃଦଘାତରେ ପୀଡିତ ପିଲାମାନଙ୍କର ହାର୍ଟ ସର୍ଜରୀ ସ୍ପନସର କରିଥାନ୍ତି । ଏହାର ସୂଚନା ଅଭିନେତାଙ୍କ ପତ୍ନୀ ନମ୍ରତା ଶିରୋଡକର ଦେଇଛନ୍ତି । ନିକଟରେ ନମ୍ରତା ଅଙ୍କିତ ଭାର୍ଗଭ ନାମକ ଏକ ଶିଶୁର ସର୍ଜରୀ ବିଷୟରେ କହି ତାର ବାପା-ମାଙ୍କ ସହ ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି, ‘ହୃଦୟକୁ ଖୁସି କରିଦେଲା ଭଳି ଆଉ ଏକ କାହାଣୀ । ଜାଣି ଖୁସି ଲାଗିଲା ଭିଏସଡି ଏବଂ ପିଡିଏରେ ପୀଡିତ ଅଙ୍କିତ ଭାର୍ଗଭଙ୍କୁ ସର୍ଜରୀ ପରେ ଡିସଚାର୍ଜ କରାଯାଇଛି ଏବଂ ତାଙ୍କ ଅବସ୍ଥା ଭଲ ଅଛି । ମୁଁ ସବୁବେଳେ ଏହି ଶିଶୁଟିର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରର୍ଥନା କରିବି । ଆନ୍ଧ୍ର ହସ୍ପିଟାଲର ଟିମକୁ ବହୁତ ବହୁତ ଧନ୍ୟବାଦ ।‘

महेश बाबू

ମହେଶ ବାବୁ ୨୦୧୯ରେ ଆନ୍ଧ୍ର ହସ୍ପିଟାଲ ଏବଂ ହିଲିଙ୍ଗ ଲିଟିଲ୍ ହାର୍ଟସ୍ ନାମକ ସଂସ୍ଥା ସହିତ ହାତ ମିଳାଇଥିଲେ । ଏହା ପରେ, ଏହି ଦୁଇଟି ଅନୁଷ୍ଠାନ ସହିତ ଅଭିନେତା ଏପର୍ଯ୍ୟନ୍ତ ୧୦୦୦ ରୁ ଅଧିକ ପିଲାଙ୍କ ପାଇଁ ସର୍ଜରୀର ପ୍ରାୟୋଜକ ହୋଇଛନ୍ତି । ଏହି ପରୋପକାରୀ କାର୍ଯ୍ୟ ପାଇଁ ମହେଶ ବାବୁଙ୍କ ଫ୍ୟାନ୍ସମାନେ ଖୁବ୍ ପ୍ରଶଂସା କରୁଛନ୍ତି ।

Lockdown Avatar: See Mahesh Babu's 'True' Killer Looks

ଅଭିନେତାଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ସେ ଖୁବ୍ ଶୀଘ୍ର ଫିଲ୍ମ ‘ସରକରୁ ବୈରୀ ପାଟା’ର ସୁଟିଂ ଆରମ୍ଭ କରିବେ । ଏହା ବ୍ୟତୀତ ମହେଶ ଫିଲ୍ମ ‘ମେଜର’ ରେ ମଧ୍ୟ ନଜର ଆସିବେ ।  ଏହି ଫିଲ୍ମ ଜୁଲାଇ ୨ ରେ ରିଲିଜ୍ ହେବ ।  

   Related Posts