Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ଭଟ୍ଟ ଭ୍ରାତା ଗଲେ କୋର୍ଟ, ଅଭିନେତ୍ରୀ ଲାଭିନାଙ୍କ ବିରୋଧରେ କୋଟିଏ ଟଙ୍କାର ମାନହାନି ମୋକଦ୍ଦମା କଲେ ମହେଶ-ମୁକେଶ

26/10/2020 at 9:02 PM

ମୁମ୍ବାଇ, ୨୬୧୦:   ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଓ ତାଙ୍କ ଭାଇ ମୁକେଶ ଭଟ୍ଟ ସୋମବାର ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ଲାଭିନା ଲୋଧଙ୍କ ଉପରେ ୧ କୋଟି ଟଙ୍କାର ମାନହାନି ମାମଲା କରିଛନ୍ତି । ଅଭିନେତ୍ରୀଜଣଙ୍କ ୩ଦିନ ପୂର୍ବରୁ ମହେଶ ଭଟ୍ଟଙ୍କୁ ବଲିଉଡର ସବୁଠାରୁ ବଡ ଡନ୍ କହିଥିଲେ । ଏହାସହ ତାଙ୍କ ଉପରେ ଧମକ ଓ ଘରୁ ବାହାର କରିବାକୁ ଚାପ ପକାଇବା ଅଭିଯୋଗ ଲଗାଇଥିଲେ ।

ସୋମବାର ଏହି ମାମଲାରେ ତତ୍କାଳ ଶୁଣାଣି କରିବାକୁ ଆବେଦନ ହୋଇଛି । ଜଷ୍ଟିସ ଏକେ ମେନନଙ୍କ ପୀଠ ଏହି ମାମଲାରେ ନୋଟିସ ଜାରି କରି ଲାଭିନାଙ୍କୁ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ କୋର୍ଟ ମାମଲାର ଶୁଣାଣି ୩ ସପ୍ତାହ ପାଇଁ ଘୁଞ୍ଚାଇ ଦେଇଛନ୍ତି । ଶୁଣାଣି ସମୟରେ ଲାଭିନା ଭଟ୍ଟ ଭ୍ରାତାଙ୍କ ବିରୋଧରେ କିଛି କହିବେନି ବୋଲି ତାଙ୍କ ଓକିଲ କହିଛନ୍ତି ।

ଏହି ମାମଲାରେ ଲାଭିନା କହିଛନ୍ତି ଯେ, ତାଙ୍କ ବିବାହ ମହେଶ ଭଟ୍ଟଙ୍କ ଭଣଜା ସୁମିତଙ୍କ ସହ ହୋଇଥିଲା । ସୁମିତ ନିଶା ନେଉଥିଲେ । ଏହାସହ ଯୁବତୀ ଚାଲାଣ ମଧ୍ୟ କରୁଥିଲେ । ଏହାପରେ ଲାଭିନା ସୁମିତଙ୍କଠାରୁ ଛାଡପତ୍ର ଚାହିଁଥିଲେ । ଏହି ଘଟଣା ପରେ ମହେଶ ଭଟ୍ଟ ତାଙ୍କ ପଛରେ ପଡିଯାଇଥିଲେ ।

ଲାଭିନାଙ୍କ ଅଭିଯୋଗର ଜବାବ ରଖିଥିଲେ ଭଟ୍ଟ ଭ୍ରାତା । ସେମାନେ କହିଥିଲେ ଯେ, ସମସ୍ତ ଅଭିଯୋଗ ମିଛ । ଏହା କେବଳ ମିଛ ଅଭିଯୋଗ ଓ ଉଦ୍ଦେଶ୍ୟ ପ୍ରଣୋଦିତ । ଏନେଇ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ମହେଶ ଭଟ୍ଟଙ୍କ ଓକିଲ କହିଥିଲେ ।

   Related Posts