Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମହେନ୍ଦ୍ରତନୟାରେ ଭାସିଗଲେ ଯୁବକ : ଦିନକ ପରେ ମିଳିଲା ମୃତଦେହ

23/09/2021 at 11:01 AM

ସାନଖେମୁଣ୍ଡି, ୨୩।୦୯ : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ବୁରାତାଲ୍ ନିକଟ ମହେନ୍ଦ୍ରତନୟା ନଦୀ ଜାମୁଗଣ୍ଡ ନାଳରେ ଭାସିଗଲେ ଯୁବକ । ନଦୀରେ ଭାସିଯିବା ଫଳରେ ସେ ପ୍ରାଣ ହରାଇଛନ୍ତି ।

ମୃତ ଯୁବକ ହେଲେ କମଳା ଖତ ନୂଆସାହିର ସୋମନାଥ ରଇତ । ପ୍ରତିଦିନ ଭଳି ସେ ବୁଧବାର ପାହାଡ଼ ଉପରୁ ସଉଦା ନେବା ପାଇଁ ଆସିଥିଲେ । ତେବେ ବୁରାତାଲ ଗାଁକୁ ଫେରୁଥିବା ବେଳେ ଅଘଟଣ ଘଟିଥିଲା ।ସେ ରାସନ ନେବାକୁ ଆସି ଫେରି ନଥିଲେ ।

ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ସୋମନାଥଙ୍କର କୌଣସି ପତ୍ତା ମିଳିନଥିଲା। ପରେ ଗୁରୁବାର ସକାଳେ  ତାଙ୍କ ମୃତଦେହ ମିଳିଥିଲା। ପ୍ରତିବାଦରେ ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ବୁରାତାଲ ତୁମ୍ବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଜରଡା ପୋଲିସ ଓ ପାତ୍ରପୁର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

   Related Posts