ଆମ୍ରପାଲ୍ଲୀ ବାୟର୍ସ ଲିଷ୍ଟରେ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ, ୧୫ ଦିନ ଭିତରେ ଦେବାକୁ ପଡିବ ବକେୟା

Published By : Prameya-News7 Bureau | September 10, 2021 IST

ନୂଆଦିଲ୍ଲୀ ୧୦।୦୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆମ୍ରପାଲୀ ଗ୍ରୁପର ନୋଏଡା ସ୍ଥିତ ହାଉସିଂ ପ୍ରୋଜେକ୍ଟର ବାୟର୍ସଙ୍କ ମଧ୍ୟରେ ସାମିଲ୍। ଏହି ପ୍ରୋଜେକ୍ଟରେ ୧୮୦୦ରୁ ଅଧିକ ବାୟର୍ସ ସାମିଲ୍। ସୁପ୍ରିମକୋର୍ଟ ଏହି ସମସ୍ତ ବାୟର୍ସଙ୍କୁ ୧୫ ଦିନ ଭିତରେ ନିଜର ବକେୟା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯଦି ଫ୍ଲାଟ୍ କିଣିବାକୁ ଚାହୁଁଥିବା ଲୋକଙ୍କ ନାମ ତାଲିକାରେ ନଆସେ ଏବଂ ଗୁରୁବାର  ଜାରି ସାର୍ବଜନୀନ ନୋଟିସ୍‌ର ୧୫ ଦିନ ଭିତରେ ବକୈୟା ପୈଠ ନକଲେ ସେମାନଙ୍କ ଦ୍ଵାରା ବୁକ୍‌ କରାଯାଇଥିବା ଫ୍ଲାଟ୍ ଆବଣ୍ଟନ ସ୍ଵତଃପ୍ରବୃତ ଭାବେ ବାତିଲ୍ ହୋଇଯିବ।

ଏହି ବିଷୟରେ ଧୋନୀଙ୍କ ତତ୍କାଳ ପ୍ରତିକ୍ରିୟା ନିଆଯାଇ ପାରି ନାହିଁ। ଧୋନୀ ୨୦୧୬ ଏପ୍ରିଲରେ ଆମ୍ରପାଲ୍ଲୀର ବ୍ରାଣ୍ଡ ଆମ୍ବାସଡର ଭାବେ ଇସ୍ତଫା ଦେଇଥିଲେ। ନୋଏଡା ଏବଂ ଗ୍ରେଟର ନୋଏଡାରେ ଅଟକିଥିବା ପ୍ରୋଜେକ୍ଟ ପୂରା କରିବା ପାଇଁ ଗଠିତ ଆମ୍ରପାଲ୍ଲୀ ଅବରୁଦ୍ଧ ପ୍ରକଳ୍ପ ନିବେଶ ପୁନର୍ଗଠନ ପ୍ରତିଷ୍ଠାନ ପ୍ରମୁଖ ଖବର କାଗଜରେ  ବିଜ୍ଞାପନ ଜରିଆରେ ନୋଟିସ୍ ପ୍ରକାଶ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.