Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ମହେନ୍ଦ୍ର ସିଂହ ଧୋନୀଙ୍କ ଘୋଷଣା- ନେବେ ନାହିଁ ଆଇପିଏଲରୁ ଅବସର, ଚେନ୍ନାଇ ପକ୍ଷରୁ ଖେଳିବା ଜାରି ରଖିବେ

1/11/2020 at 4:29 PM

ନୂଆଦିଲ୍ଲୀ ୦୧।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)୨୦୨୦ରେ ଚେନ୍ନା ସୁପରକିଙ୍ଗ୍ସର ପ୍ରଦର୍ଶନ ବହୁତ ନୈରାଶ୍ୟଜନକ ରହିଛି। ଦଳ ଆଇପିଏଲ ଇତିହାସରେ ପ୍ରଥମ ଥର ପ୍ଲେଅଫ୍‌ରୁ ବଞ୍ଚିତ ହୋଇଛି। ଚେନ୍ନାଇ ସୁପରକିଙ୍ଗ୍ସର ଏମିତି  ବିଫଳତା ପରେ କଳ୍ପନାଜଳ୍ପନା ଚାଲିଥିଲା ଯେ, ଧୋନୀଙ୍କ ଏହା ଶେଷ ଆଇପିଏଲ ହୋଇପାରେ। ଏହା ମଧ୍ୟ କୁହାଯାଉଥିଲା ଯେ, ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ନେଇଥିବା ଧୋନୀ ଏବେ ଆଇପିଏଲରୁ ମଧ୍ୟ ସନ୍ନ୍ୟାସ ନେଇଯିବେ। ହେଲେ ଏମିତି ହେଉନାହିଁ। କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ସିଏସକେର ଶେଷ ଲିଗ୍‌ ମ୍ୟାଚ୍‌ରେ ଧୋନୀ ଆଇପିଏଲରେ ଖେଳ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କର ଏହି ଫର୍ମାଟ୍‌ରୁ ଅବସର ନେବାର କୌଣସି ଉଦ୍ଦେଶ୍ୟ ନାହିଁ  ବୋଲି କହିଛନ୍ତି।

ଏମଏସ ଧୋନୀ ଯେବେ ଆଇପିଏଲ ୨୦୨୦ରେ ଶେଷ ଥର ଟସ୍‌ ପାଇଁ ପଡିଆକୁ ଓହ୍ଲାଇଲେ ତେବେ ଭାଷ୍ୟକାର ଡେନି ମରିସନ ପଚାରିଥିଲେ କଣ ହଳଦିଆ ଜର୍ସିରେ ଆପଣଙ୍କର ଏହା ଶେଷ ଆଇପିଏଲ ? ଏହା ଉପରେ ଧୋନୀ ସିଧା ଉତ୍ତର ରଖି କହିଛନ୍ତି, କଦାପି ନୁହେଁ, ହଳଦିଆ ପୋଷାକରେ ଏହା ମୋର ଶେଷ ମ୍ୟାଚ୍ ନୁହେଁ। ଏହା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସର ସିଇଓ ମଧ୍ୟ କହିଥିଲେ  ଯେ, ଧୋନୀ ଆସନ୍ତା ସଂସ୍କରଣରେ ମଧ୍ୟ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ରହିବେ।

କେମିତି ଆରମ୍ଭ ହେଲା ଅବସର ଚର୍ଚ୍ଚା

ଉଲ୍ଲେଖନୀୟ ଏମଏସ ଧୋନୀଙ୍କ ଅବସର ନେବା ଚର୍ଚ୍ଚା ସେହି ସମୟରେ ଆରମ୍ଭ ହେଲା ଯେତେବେଳେ ଧୋନୀ ପ୍ରତ୍ୟେକ ମ୍ୟାଚ୍‌ରେ ନିଜର ଜର୍ସି ଖେଳାଳିଙ୍କୁ ଦେଉଥିବା ଦେଖିବାକୁ ମିଳିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଲ ପାଣ୍ଡ୍ୟା ଧୋନୀଙ୍କଠୁ ତାଙ୍କ ଆଇପିଏଲ ଜର୍ସି ନେଇଥିଲେ।

   Related Posts