ଆସନ୍ତା ୩୧ରୁ କାଶ୍ମୀରଠାରେ ସେନାର ‘ଭିକ୍ଟର’ ଫୋର୍ସରେ ପ୍ରଶିକ୍ଷଣ ନେବେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ସିଂ ଧୋନୀ

Published By : Prameya-News7 Bureau | July 25, 2019 IST

ନୂଆଦିଲ୍ଲୀ ୨୫|୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ୍ ତଥା ଦଳର ନିୟମିତ ସଦସ୍ୟ ମହେନ୍ଦ୍ର ସିଂ ଧୋନୀ ସେନାର  ପାରାମିଲିଟାରୀ ଫୋର୍ସରେ ପ୍ରଶିକ୍ଷଣ ନେବେ । ଧୋନୀ ସେନାର ‘ଭିକ୍ଟର’ ଫୋର୍ସରେ ପ୍ରଶିକ୍ଷଣ ନେବେ । ୧୫ଦିନ ତାଲିମ ସହ କାଶ୍ମୀରରେ ମୁତୟନ ହେବେ ଲେଫ୍ଟେନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ସିଂ ଧୋନୀ ।

{"id":137277}

କ୍ରିକେଟ୍‌ ପଡିଆରୁ ସେନା କ୍ୟାମ୍ପ୍‌ ।କ୍ରିକେଟର ଧୋନୀ ହେବେ ସେନା ଅଫିସର । କାଶ୍ମୀରରେ ହେବେ ନିୟୋଜିତ । ଜମ୍ମୁକାଶ୍ମୀରରେ ଆସନ୍ତା ୩୧ରୁ ଅଗଷ୍ଟ ୧୫ ତାରିଖ ଯାଏଁ ୧୫ଦିନ ଧରି ଜମ୍ମୁକାଶ୍ମୀର ସୈନିକଙ୍କ ସହ ରହିବେ ଧୋନୀ । ଏହି ସମୟରେ ସେ ୧୦୬ ଟେରିଟୋରିୟାଲ ଆର୍ମି ବାଟାଲିୟନର ଭିକ୍ଟର ଫୋର୍ସସହ ୧୫ ଦିନ ସମୟ କାଟିବେ । ତେବେ ସେନାର କୌଣସି ଅପରେସନ୍ରେ ସାମିଲ ହୋଇପାରିବେନାହିଁ ଧୋନୀ।

{"id":137278}

ସେନାରେ ତାଙ୍କ ସେବା କେବଳ ପାଟ୍ରୋଲିଂ ସହ ଗାର୍ଡ ଓ ପୋଷ୍ଟ ଡ୍ୟୁଟିରେ ସୀମିତ ରହିବ। ଏହି ୟୁନିଟ କାଶ୍ମୀରରେ ମୁତୟନ ଅଛି । ପୂର୍ବରୁ ୩୮ ବର୍ଷୀୟ ଧୋନୀ ଦୁଇ ମାସ ପାଇଁ କ୍ରିକେଟରୁ ଅନୁପସ୍ଥିତ ରହିବା ପାଇଁ ବିସିସିଆଇକୁ ଜଣାଇଥିଲେ । ତେଣୁ ଧୋନୀଙ୍କୁ ୱେଷ୍ଟଇଣ୍ଡିଜ୍ଗସ୍ତରେ ରଖାଯାଇନାହିଁ।

{"id":137279}

ମହେନ୍ଦ୍ର ସିଂହ ଧୋନୀଙ୍କୁ ୨୦୧୧ ମସିହାରେ ସେନାରେ ସମ୍ମାନଜନକ ଲେଫ୍ଟନାଂଟ କର୍ଣ୍ଣେଲ ରାଙ୍କ ମିଳିଥିଲା । ଧୋନି ୨୦୧୫ରେ ସ୍ପେଶାଲ୍ ଫୋର୍ସ ସହ ପାରାଜମ୍ବର ଭାବେ ଟ୍ରେନିଂ କରିସାରିଛନ୍ତି। ସେହିବର୍ଷ ସେ ଏୟାରଫୋର୍ସ ପ୍ଲେନରୁ ୫ଥର ଜମ୍ପ ମଧ୍ୟ କରିଛନ୍ତି। କ୍ରିକେଟରୁ ବିରତି ନେଇ ଧୋନୀ ପାରାମିଲିଟାରୀ ଟ୍ରେନିଂ ନେବା ପାଇଁ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ଅନୁମତି ଲୋଡିଥିଲେ। ତାଙ୍କୁ ପୂର୍ବରୁ ଅନୁମତି ବି ମିଳିସାରିଛି। ଧୋନୀ ଏବେ ନିଜର ଶକ୍ତି, ସାହାସ, ସାମର୍ଥ୍ୟ ଓ ମନୋବଳ ବୃଦ୍ଧି ପାଇଁ ଉଦ୍ୟମରତ।

{"id":137280}

ବିଶ୍ବକପ୍ରେ ଧୀମା ବ୍ୟାଟିଂ କରି ସମାଲୋଚନାର ଶୀକାର ହୋଇଥିଲେ ଧୋନୀ। ତାଙ୍କ କ୍ୟାରିଅର ଶେଷ ହେଲା ବୋଲି ବହୁ ପୂର୍ବତନ କ୍ରିକେଟର ଓ ବିଶେଷଜ୍ଞ ମତ ଦେଇଥିଲେ। ତାଙ୍କ ଅବସର ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।

{"id":137281}

ତେବେ ଧୋନୀ ଏନେଇ ମୁହଁ ଖୋଲିନାହାନ୍ତି। ବରଂ ସେ ଦୁଇ ମାସ ବିରତି ନେଇ ସେନାରେ ନିଜସେବା ପ୍ରଦାନ କରିବାକୁ ଯାଉଛନ୍ତି । ୨୦୧୭ରେ ଧୋନି ଜମ୍ମୁ-କଶ୍ମୀରର ବାରମୁଲା ଯାଇଥିଲେ ।  ଯେଉଁଥିରେ ସେ ଆର୍ମି ଦ୍ବାରା ଆୟୋଜିତ କ୍ରିକେଟ୍ ମ୍ୟାଚରେ ଅତିଥି ଭାବେ ଯୋଗଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.