‘ଧୋନୀଙ୍କ ସମୟ ସରିଯାଇଛି’, ଏମିତି କାହିଁକି କହିଲେ ହର୍ଷ ଭୋଗଲେ

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ, ୨୯|୦୩:   ପ୍ରସିଦ୍ଧ କ୍ରିକେଟ ଭାଷ୍ୟକାର ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିଅରକୁ ନେଇ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ଧୋନୀଙ୍କ ସମୟ ସରିଯାଇଛି । ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପରେ ଧୋନୀଙ୍କ ଖେଳିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

{"id":245852,"width":775,"height":581,"sizeSlug":"large"}

ହର୍ଷ କହିଛନ୍ତି ଯେ, ତାଙ୍କୁ ଧୋନୀ ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପରେ ଧୋନୀ ଖେଳିବେ ବୋଲି ଲାଗୁନାହିଁ । ସେ ଆଇପିଏଲରେ ଭଲ କଲେ ମଧ୍ୟ ଦଳରେ ସ୍ଥାନ ମିଳିନପାରେ । ସେ ଦଳକୁ ପ୍ରତ୍ୟାବର୍ତନ କରିବା କଷ୍ଟକର । ତାଙ୍କ ସମୟ ସରିଯାଇଛି । ଆଇପିଏଲ ସ୍ଥଗିତ ହେବା ପରେ ଦଳକୁ ଫେରିବା ସ୍ୱପ୍ନରେ ବ୍ରେକ ଲାଗିଛି । ସେ କେବଳ ଚେନ୍ନାଇ ସୁପରକିଙ୍ଗସ୍ ପାଇଁ ଖେଳିବା ପସନ୍ଦ କରିବେ । ଗତ ଆଇପିଏଲରେ ଧୋନୀଙ୍କ ସହ ୮, ୯ ମିନିଟ୍ ଧରି କଥା ହୋଇଥିଲେ ।

ସୂଚନାଯୋଗ୍ୟ, ଭାରତର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ପୂର୍ବରୁ କହିଥିଲେ ଯେ, ଆଇପିଏଲରେ ହିଁ ଧୋନୀଙ୍କ ଭବିଷ୍ୟତ ବିଷୟରେ ନିଷ୍ପତ୍ତି ହେବ। ଆଇପିଏଲ ଘୁଞ୍ଚିବା ସମ୍ଭାବନା ମଧ୍ୟରେ ସୁନିଲ ଗାଭାସ୍କର ଓ ବୀରେନ୍ଦ୍ର ସେହ୍ଵାଗଙ୍କ ପରି ବରିଷ୍ଠ ଖେଳାଳି ଦୁଇ ଥରର ବିଶ୍ଵକପ୍ ବିଜେତା ଅଧିନାୟକଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶ୍ନ ଉଠାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.