ମହେନ୍ଦ୍ର ସିଂହ ଧୋନୀଙ୍କ ପାଖରେ ଅଛି ୪୪ ଜବରଦସ୍ତ ବାଇକ୍‌, ତାଙ୍କ ପ୍ରଥମ ବାଇକ ଥିଲା…

Published By : Prameya-News7 Bureau | July 10, 2019 IST

ମୁମ୍ବାଇ୧୦|୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ଓ ବର୍ତ୍ତମାନର ୱିକେଟକିପର ଏବଂ ବ୍ୟଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନୀଙ୍କ କୌଣସି ପରିଚୟର ଆବଶ୍ୟକତା ନାହିଁ। ଧୋନୀ ନିଜ ଖେଳ ପାଇଁ ସାରା ବିଶ୍ବରେ ପରିଚିତ। ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଧୋନୀଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଅଛି। ୩୮ ବର୍ଷ ବୟସ୍କ ଧୋନୀ ମଇଦାନରେ ଶାନ୍ତ ରୁହନ୍ତି ସତ କିନ୍ତୁ ଗୋଟେ ସେକେଣ୍ଡରେ ସେ ଏମିତି ସ୍ପିଡରେ ଷ୍ଟମ୍ପ ଉଡାନ୍ତି ଯାହା ଲୋକେ କେବେ କଳ୍ପନା କରିନଥାନ୍ତି। ମହେନ୍ଦ୍ର ସିଂହ ଭାରତୀୟ କ୍ରିକେଟ ଟିମ୍‌ର ସବୁଠୁ ଦାମୀ କ୍ରିକେଟର। ତେବେ ଲୋକପ୍ରିୟ କ୍ରିକେଟ୍‌ ତାରକା ଧୋନୀଙ୍କ ପାଖରେ ୪୪ଟି ବାଇକ୍‌ ଅଛି ଯାହା ଜାଣି ଦର୍ଶକ ଆଚମ୍ବିତ ହେବେ। ଧୋନୀଙ୍କୁ ବାଇକ୍‌ ବହୁତ ପସନ୍ଦ। ତାଙ୍କ ଗ୍ୟାରେଜରେ ୪୪ଟି ଗାଡି ଅଛି।

{"id":132290,"width":570,"height":396}

ଧୋନୀଙ୍କ ପ୍କଥମ ବାଇକ୍‌ ରାଜଦୁତ (Rajdoot) ଥିଲା।୪,୫୦୦ ଟଙ୍କାରେ ଧୋନୀ ଏହି ବାଇକ୍‌ କିଣିଥିଲେ। ଟୁଇଟରରେ ଧୋନୀ ତାଙ୍କ  ବାଇକ୍‌ର ଫଟୋ ମଧ୍ୟ ସେୟାର କରିଛନ୍ତି। “ମାଇ ଫାଷ୍ଟ ବାଇକ୍‌” ଲେଖି ଧୋନୀ ତାଙ୍କ ବାଇକ୍‌ର ଫଟୋ ସୋସିାଲ ମିଡିଆରେ ସେୟାର କରିଛନ୍ତି।  ଧୋନୀଙ୍କ ଗ୍ୟାରେଜରେ କାୱାସାକି ନିନ୍‌ଜା (kawasika ninja ZX-14 R) ମଧ୍ୟ  ଅଛି। ଏଥିରେ ୧୪୪୧ସିସି ଇଂଜନ ଅଛି। ଏହି ବାଇକ୍‌ର ଟପ୍ ସ୍ପିଡ୍‌ ୩୩୫ (335 kmph) ଅଛି। ଦିଲ୍ଲୀରେ ଏକସ୍‌ ସୋରୁମ୍‌ରେ ଏହା ମୁଲ୍ୟ ୧୮.୮୦ ଲକ୍ଷ ଟଙ୍କା ଅଛି।

{"id":132291,"width":576,"height":506}

 ମହେନ୍ଦ୍ର ସିଂହ ଧୋନୀଙ୍କ ବାଇକ୍‌ କଲେକ୍‌ସନରେ ହାର୍ଲେ ଡେୱିଡସନ୍‌ ଫ୍ୟାଟବୋଏ ମଧ୍ୟ ଅଛି। ଏହି ବାଇକ୍‌ରେ ୧୬୯୦ ସିସିର ଇଂଜନ ଅଛି ଯାହା ୬୫ ବିଏଚ୍‌ପିର ଏନେର୍ଜି ଜେନେରେଟ କରିଥାଏ। ଧୋନୀଙ୍କୁ ଅନେକ ଥର ଏହି ଟୁ ହୁଇଲର୍‌ ଚଲାଇବାରେ ରାଂଚିରେ ସ୍ପଟ କରାଯାଇଛି।

{"id":132292,"width":568,"height":517}

ଏହି ଗାଡିର ଦାମ ହେଉଛି ୧୭ ଲକ୍ଷ ଟଙ୍କା। ଧୋନୀଙ୍କୁ ସବୁଠୁ ଅଧିକ ହମର୍‌ (Hummer H2) ପସନ୍ଦ। ଏହି ଗାଡି ଧୋନୀଙ୍କ ପାଖରେ ବହୁତ ଆଗରୁ ଅଛି। କାରଣ ୨୦୦୯ ମସିହାରେ ଏହି ଗାଡି ଭାରତକୁ ଆସିବା ବନ୍ଦ ହୋଇଯାଇଥିଲା।

{"id":132294,"width":584,"height":491}
wp:heading {"level":5}
ଧୋନୀଙ୍କ ବାଇକ୍‌ କଲେକସନ୍‌ ମଧ୍ୟରୁ ୨ଟି କ୍ଲାସିକ ବାଇକ ସାମିଲ ଅଛି।ସେଥିମଧ୍ୟରୁ ଗୋଟେ  ହେଉଛି ବିଏସଏ ଗୋଲ୍ଡଷ୍ଟାର ଯାହା ଏକ ବ୍ରିଟିସ୍‌ ବାଇକ୍‌। ଏଥିରେ ୫୦୦ ସିସିର ଇଂଜନ ଅଛି।
/wp:heading wp:heading {"level":5}
  
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.