ମହେନ୍ଦ୍ର ସିଂହ ଧୋନୀଙ୍କ ଗୋଟେ ଦିନର ଖାଇବା ଖର୍ଚ୍ଚ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

Published By : Prameya-News7 Bureau | April 17, 2019 IST

wp:heading {"level":5}
ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ଓ ବର୍ତ୍ତମାନର ୱିକେଟକିପର ଏବଂ ବ୍ୟଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନୀଙ୍କ ଗୋଟେ ଦିନର ଖାଇବା ଖର୍ଚ୍ଚ ଜାଣି ଲୋକେ ଆଚମ୍ୱିତ ହେବେ। ମହେନ୍ଦ୍ର ସିଂହ ଭାରତୀୟ କ୍ରିକେଟ ଟିମ୍‌ର ସବୁଠୁ ଦାମୀ କ୍ରିକେଟର। ପୂର୍ବରୁ ପ୍ରଥମେ ଧୋନୀ ସକାଳେ ୫ ଲିଟର କ୍ଷୀର ପିଇ ଖେଳୁଥିଲେ ଯାହା ଅଧିକାଂଶ ଫ୍ୟାନଙ୍କୁ ଜଣା ।
/wp:heading {"id":104400,"width":592,"height":333}

ତେବେ ଏହି କାରଣରୁ ସେ ସୁନ୍ଦର ଛକ୍କା ମାରିପାରନ୍ତି ବୋଲି ଦର୍ଶକ କୁହନ୍ତି। କିନ୍ତୁ ଏବେ ଧୋନୀଙ୍କ ବୟସ ୩୮ ବର୍ଷ ହୋଇଥିବାରୁ ସେ ପୂର୍ବଭଳି ୫ ଲିଟର କ୍ଷୀର ପିଅନ୍ତି ନାହିଁ। କିନ୍ତୁ ଏବେ ମଧ୍ୟ ସେ ପ୍ରଚୁର ପରିମାଣର ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ପ୍ରତି ଦିନ ଖାଆନ୍ତି।

{"id":104401}
wp:heading {"level":5}
ଜଳଖିଆରେ ଧୋନୀ ତାଜା ଫଳ, ନଟ୍‌ସ ଓ ଦଲିୟା ଖାଆନ୍ତି । ଧୋନିଙ୍କୁ ସକାଳେ କ୍ଷୀର ପିଇବା ବହୁତ ପସନ୍ଦ। ତେଣୁ ଏହା ସହ ସେ କ୍ଷୀର ମଧ୍ୟ ପିଅନ୍ତି। ମଧ୍ୟାହ୍ନ ଭୋଜନରେ ଧୋନୀ ଚିକେନ, ରୁଟି ଓ ଡାଲି ଖାଇବା ପସନ୍ଦ କରନ୍ତି। ଏହା ବ୍ୟତୀତ ସେ ସାଲାଡ ସହ ଚିକେନ ସାଣ୍ଡୱିଚ୍ଚ ଖାଇବାକୁ ବହୁତ ଭଲ ପାଆନ୍ତି।
/wp:heading {"id":104402}

ତାଙ୍କର ଗୋଟେ ଦିନର ଖାଇବା ଖର୍ଚ୍ଚ ପାଖା ପାଖି ୧୦୦୦୦ ଟଙ୍କା। ୩୮ ବର୍ଷର ମହେନ୍ଦ୍ର ସିଂହ ଆଜି ମଧ୍ୟ ବେଶ ଫୁର୍ତ୍ତିରେ କ୍ରିକେଟ୍‌ ଖେଳନ୍ତି। ୱିକେଟ୍‌ ମଧ୍ୟରେ ଏମିତି ଦୌଡ ଲଗାନ୍ତି ଯେ, ଯୁବ କ୍ରିକେଟର ମଧ୍ୟ ତାଙ୍କ ସାମ୍ନାରେ ଫିକା ପଡିଯାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.