Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଧୋନୀଙ୍କ ପ୍ଲାନ୍ ଦେଇଥିଲା ରେଜଲ୍ଟ, ୨୦୦୭ ଟି୨୦ ଲିଗ୍ ମ୍ୟାଚରେ ପାକିସ୍ତାନ ପରାଜୟର କାରଣ କହିଲେ ଉଥାପ୍ପା

21/05/2020 at 5:38 PM

ନୂଆଦିଲ୍ଲୀ, ୨୧|୦୫: ଭାରତୀୟ ଦଳର ବିସ୍ଫୋରକ ବ୍ୟାଟସମ୍ୟାନ ରବିନ ଉଥାପ୍ପା ୨୦୦୭ ସେହି ଟିମ୍‌ର ଅଂଶ ବିଶେଷ ଥିଲେ ଯେତେବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ହରାଇ ଆଇସିସି ଟି୨୦ ଚାମ୍ପିଅନ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟରେ ମଧ୍ୟ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଥିଲେ । ସ୍କୋର ଟାଇ ହେବା ପରେ ଭାରତ ବୋଲ୍ ଆଉଟରେ ପାକିସ୍ତାନକୁ ପରାସ୍ତ କରିଥିଲା ।

୨୦୦୭ ଟି୨୦ ବିଶ୍ୱକପରେ ବୋଲ୍ ଆଉଟ ବ୍ୟବହାର କରାଯାଇଥିଲା । ପ୍ରଥମ ବୋଲ୍ ଆଉଟ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ନନ୍ ରେଗୁଲାର୍ ବୋଲରଙ୍କୁ ମଇଦାନକୁ ଓହ୍ଲାଇଥିଲା । ଯେଉଁମାନେ ସଫଳ ହୋଇଥିଲେ ।

ଏହାକୁ ନେଇ ଉଥାପ୍ପା କହିଛନ୍ତି ଯେ, ଧୋନୀଙ୍କ ବୁଦ୍ଧି ଓ ଯୋଜନା ପାଇଁ ଭାରତ ପାକ୍ ବିରୋଧରେ ବଲ୍ ଆଉଟ ଜିତିନେଇଥିଲା । ଧୋନୀ ଭଲଭାବେ ପାକ୍ ଖେଳାଳି ଓ ପିଚକୁ ବୁଝିଯାଇଥିଲେ । ସେ ଓ୍ୱିକେଟ ପଛରେ ପାକିସ୍ତାନୀ କିପରଙ୍କ ଭଳି ଛିଡା ହୋଇ ନଥିଲେ । ସେ ଓ୍ୱିକେଟର ଠିକ୍ ପଛରେ ଛିଡା ହୋଇଥିଲେ । ଧୋନୀଙ୍କ ପୋଜିସନ ବୋଲରଙ୍କୁ ସହାୟତା ଦେଇଥିଲା ।

ସୂଚନାଯୋଗ୍ୟ, ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୧୪୧ ରନ କରିଥିଲା । ପାକିସ୍ତାନ ମଧ୍ୟ ସାମନ ରନ କରିଥିଲା । ଏହାପରେ ବୋଲ୍ ଆଉଟରେ ଭାରତ ପକ୍ଷରୁ ବିରେନ୍ଦ୍ର ସେହ୍ୱାଗ, ରବିନ ଉଥାପ୍ପା ଓ ହରଭଜନ ସିଂ ବଲ ଆଉଟରେ ସଫଳ ହୋିଥିବା ବେଳେ ପାକିସ୍ତାନର ସମସ୍ତ ବୋଲର ବିଫଳ ହୋଇଥିଲେ ।

   Related Posts