ପ୍ରକୃତରେ ଧୋନିଙ୍କୁ କାହିଁକି ମିସ୍ କରୁଛନ୍ତି ସାକ୍ଷୀ : ଏହି ସରପ୍ରାଇଜରୁ ହେଲା ପର୍ଦ୍ଦାଫାଶ

Published By : Prameya-News7 Bureau | August 10, 2019 IST

ନୂଆଦିଲ୍ଲୀ ୧୦/୮: ଭାରତୀୟ କ୍ରିକେଟ ଟିମରେ ପୂର୍ବତନ ଅଧିନାୟକ ଥିବା ମହେନ୍ଦ୍ର ସିଂହ ଧୋନି ତାଙ୍କ ଖେଳ ଏବଂ ଅଧିନାୟକତ୍ବ ବ୍ୟତୀତ ଯେଉଁଥିପାଇଁ ସବୁଠୁ ବେଶୀ ଚର୍ଚ୍ଚାରେ ରୁହନ୍ତି ତାହା ହେଲା ତାଙ୍କ କାର ଏବଂ ବାଇକ୍ କଲେକ୍ସନ୍। ଧୋନିଙ୍କ ପାଖରେ ଗୋଟିଏ କି ଦୁଇଟି ନୁହେଁ ,ବରଂ ୧୧ରୁ ଅଧିକ ଭିନ୍ନ ଭିନ୍ନ ଧରଣର ବାଇକ୍ ଏବଂ ଲକ୍ସରୀ କାର୍ ରହିଛି।

wp:core-embed/instagram {"url":"https://www.instagram.com/p/B08c3ftnGUz/","type":"rich","providerNameSlug":"instagram","className":""}
https://www.instagram.com/p/B08c3ftnGUz/
/wp:core-embed/instagram

ଏଥିରେ ହମର ଏଚ-୨,ଅଡି କ୍ୟୁ ୭,ଲ୍ୟାଣ୍ଡ ରୋଭର ଫ୍ରିଲେଣ୍ଡର,ଫରାରୀ,ପାଜେରୋ ଏସଏଫଏକ୍ସ,ଟୋୟୋଟା କୋରୋଲା ଭଳି ଗାଡ଼ି ରହିଛି। ଧୋନି ରାଞ୍ଚିରେ ଥିବା ଘରେ ଗ୍ୟାରେଜ ମଧ୍ୟ କରିଛନ୍ତି। ଏଠାରେ ସେ ନିଜ ବାଇକ୍ କଲେକ୍ସନ ରଖିଛନ୍ତି।

{"id":142816}

ମହେନ୍ଦ୍ର ସିଂହଙ୍କ ଘରକୁ ଏକ ନୂଆ ନାଲି ରଙ୍ଗର କାର୍ ଆସିଛି। ଏହାର ମୂଲ୍ୟ ଭାରତରେ ୧.୦୭ କୋଟି। ଏହା ଜିପ୍ କମ୍ପାନୀର ଗ୍ରାଣ୍ଡ ଚେରୋକେ ଏସୟୁବି। ଏହାର ଫଟୋ ଧୋନିଙ୍କ ପତ୍ନୀ ସାକ୍ଷୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସାକ୍ଷୀ ସ୍ବାମୀଙ୍କୁ ଟ୍ୟାଗ୍ କରି ନିଜ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ ‘ରେଡ ବିଷ୍ଟ ତୁମକୁ ଘରେ ସ୍ବାଗତ। ମାହି ତୁମର ଖେଳଣା ଘରକୁ ଆସିଯାଇଛି। ତୁମକୁ ମିସ୍ କରୁଛି।’

{"id":142817}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.