କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଘରୁ ଚୋରି, ୩ ଗିରଫ

Published By : Prameya-News7 Bureau | June 06, 2019 IST

ନୋଏଡା ୬।୬: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ନୋୟଡାସ୍ଥିତ ବାସଭବନରୁ ଚୋରି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ପୋଲିସ ଏଲଇଡି ଟିଭି ସମେତ ଅନ୍ୟ ଚୋରି ସାମଗ୍ରୀ ମଧ୍ୟ ଜବତ କରିଛି। ଧୋନୀ ତାଙ୍କର ଏହି ଘରକୁ ଭଡାରେ ଦେଇଛନ୍ତି।  ଘରୁ ଚୋରି ହୋଇଥିବା ନେଇ ଗତ ମାସରେ ସେକ୍ଟର ୩୯ ଥାନାରେ ଅଭିଯୋଗ ହୋଇଥିଲା।

{"id":120328}

ଥାନା ଆଇଆଇସି ରାଜେଶ କୁମାର ଶର୍ମା ମାମଲାରେ ରାହୁଲ, ବାବୁ ଓରଫ ଶାହାବୁଦ୍ଦିନ ଓ ଇକଲାଖ ନାମକ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଧୋନୀଙ୍କ ଘରୁ ଚୋରି ହୋଇଥିବା ୩ଟି ଇନଭର୍ଟର, ୯ଟି ବ୍ୟାଟେରୀ ସମେତ ଲାପଟପ, ଏଲଇଡି ଟିଭି, ମୋବାଇଲ ଫୋନ ଓ ଗ୍ୟାସ ସିଲିଣ୍ଡର ଆଦି ଜବତ ହୋଇଛି। ପୋଲିସ ପଚରା ଉଚରା ବେଳେ ଗିରଫ ୩ ଜଣ ସେମାନଙ୍କ ଅପରାଧ ସ୍ବୀକାର କରିଥିବା ବେଳେ ସେକ୍ଟର ୪୫ରୁ କରିଥିବା ଏକ ଚୋରିର ସୁରାଗ ମଧ୍ୟ ପାଇଛି ପୋଲିସ।

{"id":120329}

ଧୋନି ବିକ୍ରମ ସିଂହ ନାମକ ଜନୈକ ବ୍ୟକ୍ତିଙ୍କୁ ତାଙ୍କର ନୋଏଡା ବାସଭବନ ଭଡାରେ ଦେଇଛନ୍ତି। ବିକ୍ରମ ଘରେ ନଥିବା ବେଳେ ଗତ ମେ ମାସରେ ଚୋର ପଶି କଳାକନା ବୁଲାଇଦେଇଥିଲେ। ଏନେଇ ସେକ୍ଟର ୩୯ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ସେକ୍ଟର ୪୫ରୁହୋଇଥିବା ଅନ୍ୟ ଏକ ଚୋରିର ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି। ଗିରଫ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.