Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏଜେଣ୍ଟ ଭାବେ କାମ କରୁଛନ୍ତି ଓଓ୍ବେସୀ- ମହନ୍ତ ନରେନ୍ଦ୍ର ଗିରି

18/11/2019 at 4:54 PM

ଅଯୋଧ୍ୟା୧୮/୧୧: ଅଯୋଧ୍ୟା ବିବାଦରେ ସୁପ୍ରିମ କୋର୍ଟଙ୍କ ରାୟ ବିରୋଧରେ ଅଲ୍ ଇଣ୍ଡିଆ ପର୍ସନାଲ ଲ ବୋର୍ଡ ପୁର୍ନବିଚାର ପାଇଁ ପିଟିସନ ଦାୟର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଉପରେ ନିର୍ମୋହୀ ଆଖଡ଼ାର ସଭାପତି ମହନ୍ତ ନରେନ୍ଦ୍ର ଗିରି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ଯେଉଁମାନେ ଚ୍ୟାଲେଞ୍ଜ କରୁଛନ୍ତି ସେମାନେ ଦେଶଦ୍ରୋହୀ। ଏଭଳି ଲୋକଙ୍କ ବିରୋଧରେ ଦେଶଦ୍ରୋହୀ ମକଦ୍ଦମା ରୁଜୁ ହେବା ଉଚିତ୍। ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ କର୍ତ୍ତବ୍ୟ ବୋଲି ନରେନ୍ଦ୍ର କହିଛନ୍ତି।

ଏପରିକି ଏଆଇଏମଆଇଏମର ମୁଖ୍ୟ ଅସ୍‌ଉଦ୍ଦୀନ ଓଓ୍ବେସୀଙ୍କୁ ଗିରି ତୀବ୍ର ସମାଲୋଚନା କରିଛନ୍ତି। ଗିରି କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏଜେଣ୍ଟ ଭାବେ ଓଓ୍ବେସୀ କାର୍ଯ୍ୟ କରୁଛନ୍ତି। ମୁସଲିମ୍ ପର୍ସନାଲ ଲ ବୋର୍ଡ ଓ ଓଓ୍ବେସୀଙ୍କ ଗତିବିଧି ଉପରେ ତୀକ୍ଷଣ୍ ନଜର ରଖିବା ପାଇଁ ଗିରି ଦାବି କରିଛନ୍ତି।

ଗିରି ଆହୁରି ମଧ୍ୟ କହିଛନ୍ତି ଯେ ଯାଞ୍ଚ ପରେ ଜଣାପଡ଼ିବ ଯେ ଏମାନେ କାହା ଇଶାରେ କାମ କରୁଛନ୍ତି। ଭାରତ ଏକ ଶାନ୍ତିପ୍ରିୟ ଦେଶ ଏଠାରେ ଏଭଳି ଅଶାନ୍ତି ଖେଳାଇବାରେ କାହା ହାତ ରହିଛି ବୋଲି ଗିରି ପ୍ରଶ୍ନ କରିଥିଲେ। ଏଥିସହ ସୁନ୍ନୀ ଓ୍ବାକଫ ବୋର୍ଡର ଓକିଲ ଇକ୍‌ବାଲ ଅଂନସାରୀ ଓ ଚେୟାରମ୍ୟାନ ଫାରୁ୍କୀଙ୍କ ବୟାନକୁ ଗିରି ସ୍ବାଗତ ଜଣାଇଥିଲେ।

   Related Posts