Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଖୁଲାସା କଲେ ମୋହେଲା ଜୟବର୍ଦ୍ଧନେ, କହିଲେ- ଏହି କାରଣରୁ ଆଇପିଏଲ ଖେଳି ପାରିବେ ନାହିଁ ଶ୍ରୀଲଙ୍କା ଖେଳାଳି

21/02/2021 at 4:59 PM

ନୂଆଦିଲ୍ଲୀ ୨୧।୦୨: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଇତିହାସରେ ଏମିତି ପ୍ରଥମ ଥର ଘଟିଛି, ଯେଉଁଠି ପ୍ରଥମ ଥର ଟୂର୍ଣ୍ଣାମେଣ୍ଟରେ କୌଣସି ଶ୍ରୀଲଙ୍କା ଖେଳାଳି ନଜର ଆସିବେ ନାହିଁ। ଏଥର ନିଲାମରେ ୯ ଖେଳାଳି ସାମିଲ ଥିଲେ। ମାତ୍ର କୌଣସି ବି ଫ୍ରାଞ୍ଚାଇଜି ଶ୍ରୀଲଙ୍କାର ଖେଳାଳିଙ୍କୁ କିଣିବାକୁ ଆଗ୍ରହ ପ୍ରକାଶ କରି ନାହାନ୍ତି। ଏଥିରେ ଶ୍ରୀଲଙ୍କାର ପୂର୍ବତନ ବରିଷ୍ଠ ଖେଳାଳି ତଥା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର କୋଚ୍ ମୋହେଲା ଜୟବର୍ଦ୍ଧନ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ନିଲାମୀରେ କୌଣସି ବି ଫ୍ରାଞ୍ଚାଇଜି ଶ୍ରୀଲଙ୍କାର କ୍ରିକେଟ୍‌କୁ ନକିଣିବା ବାସ୍ତବରେ ଦୁଃଖ ଦାୟକ।

ମୁମ୍ବାଇର କୋଚ୍‌ ଇଏସପିଏନ କ୍ରିକଇନଫୋରେ କହିଛନ୍ତି, ଏହା ଶ୍ରୀଲଙ୍କା ଖେଳାଳି ପାଇଁ ମଧ୍ୟ ଏକ ଉଚିତ୍ ଶିକ୍ଷା। ଯଦି ସେମାନଙ୍କୁ ଆଇପିଏଲ ଖେଳିବାର ଅଛି ତେବେ ନିଜ ଖେଳର ସ୍ତରରେ ସୁଧାର କରିବାକୁ ହେବ। ଶ୍ରୀଲଙ୍କାର କିଛି ଖେଳାଳି ଫ୍ରାଞ୍ଚାଇଜିର ନଜରରେ ଥିଲେ। ମାତ୍ର ଏଠାରେ ପ୍ରତିଯୋଗିତା ବହୁତ ଅଧିକ ରହିଛି। ଏଥର ନିଲାମୀରେ ବିଦେଶୀ ଖେଳାଳିଙ୍କ ପାଇଁ ଅଧିକ ଖାଲି ସ୍ଲଟ୍ ନଥିଲା। ଅଧିକାଂଶ ଦଳ ପାଖରେ ଦ୍ରୁତ ବୋଲର ଓ ଅଲରାଉଣ୍ଡରଙ୍କ ସ୍ଥାନ ଖାଲିଥିଲା। ମୋତେ ଲାଗୁଛି ଏଠାରେ ହିଁ ଶ୍ରୀଲଙ୍କାର ଖେଳାଳି ମାତ୍ ଖାଇଗଲେ।

ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଆଶା ପ୍ରକାଶ କରିଛନ୍ତି ଯେ, ଯୁବ ଖେଳାଳି ଖୁବ୍ ଶୀଘ୍ର ଏହି ଛବିକୁ ବଦଳାଇବେ। ମାତ୍ର ସେ ପର୍ଯ୍ୟନ୍ତ ଏହା  ହିଁ ବାସ୍ତବତା। ଯଦି ଭବିଷ୍ୟତରେ ଶ୍ରୀଲଙ୍କାର ଖେଳାଳିଙ୍କୁ ଟୂର୍ଣ୍ଣାମେଣ୍ଟରେ ଖେଳିବାର ଅଛି ତେବେ ନିଜକୁ ଅଲରାଉଣ୍ଡର ଖେଳାଳି ଭାବେ ସ୍ଥାପିତ କରିବାକୁ ପଡିବ।

   Related Posts