Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

ମହାବୀର ରେସିଡେନ୍ସିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

20/08/2020 at 9:31 AM

କଣ୍ଟାବାଞ୍ଝି ୨୦।୮: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ୱାର୍ଡ ନମ୍ବର ୧୪ରେ ଥିବା ମହାବୀର ରେସିଡେନ୍ସିକୁ କଣ୍ଟେନମେଣ୍ଟ ଘୋଷଣା କଲା ପ୍ରଶାସନ ।  ଗତ କିଛି ଦିନ ହେବ ଏଠାରେ କୋଭିଡ୍ ଟେଷ୍ଟ କରାଯାଇଥିଲା । ତେବେ ଉପଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ଅନୁସାରେ ୨୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି  । ଆଗକୁ କରୋନା ସଂକ୍ରମଣ ସଂଖ୍ୟା କେମିତି ନିୟନ୍ତ୍ରଣ ହେବ ସେ ନେଇ ପ୍ରଶାସନ ପଦକ୍ଷେପ ନେଇଛି ।

ଅଗ୍ନିଶମ ବିଭାଗ ସହଯୋଗରେ ପ୍ରଥମେ ମହାବୀର ରେସିଡେନ୍ସିକୁ ସାନିଟାଇଜ କରାଯାଇଛି । ଉପ ଜିଲ୍ଲାପାଳ ଟିଟିଲାଗଡ ତଥା କଣ୍ଟାବାଞ୍ଝି ଏନଏସି ପ୍ରଶାସକଙ୍କ ପତ୍ର ଅନୁସାରେ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ମହାବୀର ରେସିଡେନ୍ସିକୁ କଣ୍ଟେନମେଣ୍ଟ ଘୋଷଣା କରାଗଲା ।

କଣ୍ଟେନମେଣ୍ଟ ଥିବା ସମୟରେ  ମହାବୀର ରେସିଡେନ୍ସିକୁ କୌଣସି ବାହାର ଲୋକ ଆସି ପାରିବନାହିଁ କି ଏଠାରୁ କିଏ ବାହାରକୁ ଯାଇ ପାରିବେନାହିଁ । ପ୍ରଶାସନ ପକ୍ଷରୁ ସୁବିଧା ଅସୁବିଧା ପାଇ କିଛି କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

   Related Posts