Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଅସହାୟ ମହିଳାଙ୍କୁ ଠିକାଦାର ଠକିଦେବା ଘଟଣା : ପାଇଖାନା ଘରେ ଦିନ କାଟୁଥିବା ବିଧବାଙ୍କୁ ସହାୟତାର ହାତ ବଢ଼ାଇଲା ମହାବୀର ଫାଉଣ୍ଡେସନ

17/10/2021 at 7:12 PM

ନୀଳଗିରି ୧୭/୧୦ : ସରକାରୀ ଯୋଜନାରେ ଘର ପାଇଥିଲେ। ହେଲେ ଠକିଦେଲେ ଠିକାଦାର। ପାଇଖାନା ଭିତରେ ଜୀବନ କାଟୁଥିବା ଜଣେ ଅସହାୟ ମହିଳାଙ୍କ ତଥ୍ୟ ଭିତ୍ତିକ ଖବର ପ୍ରମେୟ ନ୍ୟୁଜ-୭ ରେ ପ୍ରକାଶିତ ହେବା ପରେ ସହାୟତାର ହାତ ବଢାଇଛି ମହାବୀର ଫାଉଣ୍ଡେସନ। ନୀଳଗିରି ବ୍ଲକ ଅଧିନ ମହିସାପଟ୍ଟା ପଞ୍ଚାୟତ ଗୁଜୁଡ଼ିହା ଗ୍ରାମର ରମେଶ ନାଏକ ଙ୍କ ସ୍ତ୍ରୀ ଆଶାମଣି ଜଣେ ଅସହାୟ ବୟସ୍କ ମହିଳା । ପରିବାର କହିଲେ ସେ ମାତ୍ର ଜଣେ । ୩୦ ବର୍ଷ ପୂର୍ବରୁ ସ୍ୱାମୀକୁ ହରାଇବା ସହ ଏକମାତ୍ର ଝିଅ ଥିଲେ। ବହୁ କଷ୍ଟରେ ବିବାହ କରାଇଥିଲେ। ବୟସର ଅପରାହ୍ନରେ ପହଁଞ୍ଚିଥିବା ବେଳେ କାମ କରିବାକୁ ତାଙ୍କ ପାଖରେ ଆଉ ସାମର୍ଥ୍ୟ ନାହିଁ। ମାସକୁ ସରକାରୀ ଯୋଜନାରେ ୫କିଲୋ ଚାଉଳ ଓ ୫୦୦ ଟଙ୍କା ଭତ୍ତାରେ ତାଙ୍କର ପେଟ ପୁରୁଥାଏ।

ସରକାରୀ ଯୋଜନାରେ ପକ୍କା ଘର ପାଇଁ ଅର୍ଥ ପାଇଥିଲେ ମଧ୍ୟ ଅର୍ଥ ନଥିବାରୁ ନିଜେ ନପାରି ସେହି ଅଞ୍ଚଳର ସୁଦାମ ନାମକ ଠିକାଦାର ତାଙ୍କୁ ଘର କରିଦେବ ବୋଲି କହିବାରୁ କିସ୍ତିରେ ତିନିଥର ୯୦ ହଜାର ଟଙ୍କା ଉଠାଇ ଘର କରିବାକୁ ଦେଇଥିଲେ। ହେଲେ ସେ ଘରଟିକୁ ଅଧାପନ୍ତରିଆ ଭାବେ ଛାଡି ଆଉ ଧରା ଛୁଆଁ ଦେଇନଥିଲା। ଚାଳ ଘରଟିକୁ ଭୁଶୁଡି ଯିବାରୁ ଘରର ଆସବାବପତ୍ର ଗୁଡିକୁ ପାଇଖାନା ଘରେ ରଖିବା ସହ ଗଛମୂଳରେ ରୋଷେଇ କରି ପେଟ ପୁରାନ୍ତି। ପାଇଖାନା ଘରେ ଦିନରେ ଜୀବନ କାଟିଥିବା ବେଳେ ବାହାରେ ଶୋଇବା ବିପଦ ଜାଣି ରାତିରେ ପର ଓଳିରେ ମୁଣ୍ଡ ଗୁଞ୍ଜିଥାନ୍ତି। ଏଭଳି ଦୁର୍ଦ୍ଦଶା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି,ବିଭିନ୍ନ ଦଳର ରାଜନେତା,ସରକାରୀ ଅଧିକାରୀଙ୍କ ନଜର ପଡି ପାରିନଥିଲା।

ଏଭଳି ଏକ ସମ୍ବେଦନଶୀଳ ଘଟଣା ପ୍ରମେୟ ନ୍ୟୁଜ-୭ ରେ ପ୍ରସାରଣ ପରେ ନୀଳଗିରି ଗୋପୀନାଥପୁର ଅଞ୍ଚଳର ମହାବୀର ଫାଉଣ୍ଡେସନ ଆଜି ସହାୟତାର ହାତ ବଢାଇଛି। ଫାଉଣ୍ଡେସନର ଉପଦେଷ୍ଟା ଗଙ୍ଗାଧର ବାରିକ, ପ୍ରତିଷ୍ଠାତା ବିଦ୍ୟାଧର ବାରିକ,ସଭାପତି ବିଶ୍ୱସୁନ୍ଦର ବାରିକ,ସମ୍ପାଦକ ସରୋଜ କୁମାର ବାରିକ, ସୁଦର୍ଶନ ପାତ୍ର, ଶୁଭକାନ୍ତ ଘଡ଼ାଇ, ରମେଶଚନ୍ଦ୍ର ଦାସ, ନାରାୟଣ ନାୟକ, ପ୍ରମୋଜ୍ୟୋତି ବେହେରା, ସନ୍ଦୀପ ବାରିକ ପ୍ରମୁଖ, ତାଙ୍କର ଚଳିବା ପାଇଁ ମାସକର ରାସନ ସାମଗ୍ରୀ ପ୍ରଦାନ କରିବା ସହ ଶାଢ଼ୀ, କମ୍ବଳ ଓ ପଲିଥିନ ସମେତ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ତେବେ ଘଟଣାକୁ ପ୍ରଶାସନିକ ଅଧିକାରୀଙ୍କ ଠାରେ ଦୃଷ୍ଟି ଆକର୍ଷଣ କରିବା ସହ ଜୈନିକ ମହିଳା ଜଣଙ୍କୁ ଖୁବଶୀଘ୍ର କିପରି ଘର ଖଣ୍ଡିକ ନିର୍ମାଣ କରିହେବ ସେ ନେଇ ଚେଷ୍ଟିତ ରହିବେ ବୋଲି ଫଉଣ୍ଡେସନ୍ ର ସଦସ୍ୟ ମାନେ କହିଛନ୍ତି। ତେବେ ପ୍ରଶାସନ ତରଫରୁ ଏ ପର୍ଯ୍ୟନ୍ତ ଶୁଭ ଦୃଷ୍ଟି ପଡିନଥିବା ବେଳେ କେବେ ମହିଳାଙ୍କ ଦୁର୍ଦ୍ଦଶା ସୁଧୁରିବ ତାହା ଉପରେ ନଜର ରହିଛି ।

   Related Posts