ବିଧବା ମହିଳାଙ୍କୁ ଠିକାଦାର ଠକିଦେବା ଘଟଣା ନେଇ ଖବର ପ୍ରସାରଣ ପରେ ସହାୟତାର ହାତ ବଢ଼ାଇଲା ମହାବୀର ଫାଉଣ୍ଡେସନ

Published By : Prameya-News7 Bureau | October 17, 2021 IST

ନୀଳଗିରି ୧୭/୧୦: ଠକିଦେଲେ ଠିକାଦାର ଖବର ପ୍ରସାରଣ ପରେ ପାଇଖାନା ଘରେ ଦିନ କାଟୁଥିବା ଅସହାୟ ବିଧବାଙ୍କୁ ସହାୟତାର ହାତ ବଢ଼ାଇଛି ମହାବୀର ଫାଉଣ୍ଡେସନ। ସରକାରୀ ଯୋଜନାରେ ଘର ପାଇଥିଲେ। ହେଲେ ଠକିଦେଲେ ଠିକାଦାର। ପାଇଖାନା ଭିତରେ ଜୀବନ କାଟୁଥିବା ଜଣେ ଅସହାୟ ମହିଳାଙ୍କ ତଥ୍ୟ ଭିତ୍ତିକ ଖବର ନ୍ୟୁଜ୍‌-୭ରେ ପ୍ରକାଶ ପରେ ସହାୟତାର ହାତ ବଢାଇଛି ମହାବୀର ଫାଉଣ୍ଡେସନ। ନୀଳଗିରି ବ୍ଲକ ଅଧିନ ମହିସାପଟ୍ଟା ପଞ୍ଚାୟତ ଗୁଜୁଡ଼ିହା ଗ୍ରାମର ମୃତ ରମେଶ ନାଏକଙ୍କ ସ୍ତ୍ରୀ ଆଶାମଣି ଘରେ ଏକା ରୁହନ୍ତି।

{"id":528743,"width":694,"height":390,"sizeSlug":"full","linkDestination":"none"}

୩୦ ବର୍ଷ ପୂର୍ବରୁ ସ୍ବାମୀଙ୍କୁ ହରାଇବା ସହ ତାଙ୍କର ଏକମାତ୍ର ଝିଅ ଥିଲେ। ସେ ବହୁ କଷ୍ଟରେ ତାଙ୍କ ଝିଅର ବିବାହ କରାଇଥିଲେ। ବୟସର ଅପରାହ୍ନରେ ପହଁଞ୍ଚିଥିବା ବେଳେ କାମ କରିବାକୁ ତାଙ୍କ ପାଖରେ ଆଉ ସାମର୍ଥ୍ୟ ନାହିଁ। ମାସକୁ ସରକାରୀ ଯୋଜନାରେ ୫କିଲୋ ଚାଉଳ ଓ ୫୦୦ ଟଙ୍କା ଭତ୍ତାରେ ତାଙ୍କର ପେଟ ପୁରୁଥାଏ। ସରକାରୀ ଯୋଜନାରେ ପକ୍କା ଘରଟିଏ ପାଇଥିଲେ। କିନ୍ତୁ ଅର୍ଥ ନଥିବାରୁ ନିଜେ ଘର କରିବାକୁ ଅସାମର୍ଥ୍ୟ ପ୍ରକାଶ କରିଥିଲେ। ଏହା ପରେ ସେହି ଅଞ୍ଚଳର ସୁଦାମ ନାମକ ଠିକାଦାର ତାଙ୍କୁ ଘର କରିଦେବ ବୋଲି କହିବାରୁ କିସ୍ତିରେ ତିନିଥର ୯୦ ହଜାର ଟଙ୍କା ଉଠାଇ ଘର କରିବାକୁ ଦେଇଥିଲେ।  

ହେଲେ ସେ ଘରଟିକୁ ଅଧପନ୍ତରିଆ ଭାବେ ଛାଡି ଆଉ ଧରା ଛୁଆଁ ଦେଇନଥିଲା । ଚାଳ ଘରଟି ଭୁଶୁଡି ଯିବାରୁ ଘରର ଆସବାବପତ୍ରଗୁଡିକୁ ପାଇଖାନା ଘରେ ରଖିବା ସହ ଗଛମୂଳରେ ରୋଷେଇ କରି ଦନ କଟାନ୍ତି ଆଶାମଣି । ପାଇଖାନା ଘରେ ଦିନରେ ଜୀବନ କାଟିଥିବା ବେଳେ ବାହାରେ ଶୋଇବା ବିପଦ ଜାଣି ରାତିରେ ପର ଓଳିରେ ମୁଣ୍ଡ ଗୁଞ୍ଜିଥାନ୍ତି । ଏଭଳି ଦୁର୍ଦ୍ଦଶା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି, ବିଭିନ୍ନ ଦଳର ରାଜନେତା,ସରକାରୀ ଅଧିକାରୀଙ୍କ ନଜର ପଡି ପାରିନଥିଲା।  ଏଭଳି ଏକ ସମ୍ବେଦନଶୀଳ ଘଟଣା ପ୍ରମେୟ ନିଉଜ-୭ ରେ ପ୍ରସାରଣ ପରେ ନୀଳଗିରି ଗୋପୀନାଥପୁର ଅଞ୍ଚଳର ମହାବୀର ଫାଉଣ୍ଡେସନ ଆଜି ସହାୟତାର ହାତ ବଢାଇଛି।

{"id":528745,"width":690,"height":416,"sizeSlug":"full","linkDestination":"none"}

ଫାଉଣ୍ଡେସନର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖି ହତବାକ ହୋଇଛନ୍ତି। ମାସକର ରାଶନ ସାମଗ୍ରୀ ପ୍ରଦାନ କରିବା ସହ ଶାଢ଼ୀ,କମ୍ବଳ ଓ ପଲିଥିନ ସମେତ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ତେବେ ଘଟଣାକୁ ପ୍ରଶାନିକ ଅଧିକାରୀଙ୍କ ଠାରେ ଦୃଷ୍ଟି ଆକର୍ଷଣ କରିବା ସହ ବିଧବା ମହିଳା ଜଣଙ୍କୁ ଖୁବଶୀଘ୍ର କିପରି ଘର ଖଣ୍ଡିଏ ନିର୍ମାଣ କରିହେବ ସେ ନେଇ ଚେଷ୍ଟିତ ରହିବେ ବୋଲି ଫଉଣ୍ଡେସନ୍ ର ସଦସ୍ୟ ମାନେ କହିଛନ୍ତି।  ସେପଟେ ମହିଳା ଜଣଙ୍କ ସହାୟତାରେ ଖୁସି ହୋଇଥିଲେ ମଧ୍ୟ ଘରଟିଏ କିପରି ହୋଇପାରିବ ଆକୁଳ ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.