ନିଲାମ ହେବ ମହାତ୍ମା ଗାନ୍ଧିଙ୍କ ଚଷମା, ୨୧ ଅଗଷ୍ଟରେ ଲାଗିବ ଡାକ

Published By : Prameya-News7 Bureau | August 10, 2020 IST

ଲଣ୍ଡନ: ଆଗାମୀ ୨୧ ତାରିଖରେ ଏକ ଅନଲାଇନ୍‌ ନିଲାମ ହେବାକୁ ଯାଉଛି। ଯାହକୁ ନେଇ ବ୍ରିଟେନ ସମେତ ବିଭିନ୍ନ ଦେଶରେ ଲୋକେ ଏବେ ବେଶ ଉତ୍ସାହିତ। ଏକ ଯୋଡା ଚଷମାକୁ ନିଲାମ କରାଯିବ। ସୁନା କଲେଇ କରା ଏହି ଚଷମାକୁ ୧୯ଶହ ଦଶକରେ ମହାତ୍ମା ଗାନ୍ଧି ବ୍ୟବହାର କରୁଥିଲେ। ଯାହାକୁ ସେ ପରେ କାହାକୁ ଉପହାରରେ ଦେଇଥିବା ବେଳେ ତାହା ଏବେ ନିଲାମ କରାଯିବ।

{"id":312637,"sizeSlug":"large"}

ଚଷମାର ଆନୁମାନିକ ମୂଲ୍ୟ ୧୦ରୁ ୧୫ ହଜାର ପାଉଣ୍ଡ ମଧ୍ୟରେ ହେବ। ତେବେ ଏହି ଅକ୍ସନ ଲୋକଙ୍କୁ ବେଶ୍ ଆକର୍ଶିତ କରୁଥିବା ଜଣାପଡିଛି। ବ୍ରିଟେନରେ ବସବାସ କରୁଥିବା ଅନେକ ଭାରତୀୟ ଏହି ଚଷମା ଯୋଡା ନିଲାମରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ଥିବା ଜଣାପଡିଛି। ଚଷମାକୁ ଇଷ୍ଟ ବ୍ରିଷ୍ଟଲ ଅକ୍ସନ୍ସ କରିବେ। 

{"id":312646,"sizeSlug":"large"}

ଐତିହାସିକ ଚଷମା
ଚଷମା ନିଲାମ କର୍ତ୍ତା ଇଷ୍ଟ ବ୍ରିଷ୍ଟଲ ଅକ୍ସନ୍ସର ନିର୍ଦ୍ଦେଶକ ଷ୍ଟୋଭ ଏହି ଚଷମାକୁ ଏକ ଦୁର୍ଲଭ ଓ ଐତିହାସିକ ଚଷମା ବୋଲି କହିଛନ୍ତି। ଏହା ତାଙ୍କୁ ଏକ ଡାକବାକ୍ସରେ ବନ୍ଦ ଲଫାପାରେ ମିଳିଥିଲା ।  ତେବେ ଏହା ପଛରେ ଐତିହାସିକ ରହସ୍ୟ ଥିବାର ସେ ଜାଣିନଥିଲେ ବୋଲି କହିଛନ୍ତି। ହେଲେ ଚଷମା ପଠାଇଥିବା ବ୍ୟକ୍ତି ଲେଖିଥିବା ଚିଠି ପଢି ଏହା ମହାତ୍ମା ଗାନ୍ଧିଙ୍କ ଚଷମା ବୋଲି ଯେତେବେଳେ ଜାଣିଲେ ସେ ହତବମ୍ବ ହୋଇଯାଇଥିଲେ ବୋଲି କହିଛନ୍ତି। ତେବେ ଚଷମା ପଠାଇଥିବା ବ୍ୟକ୍ତି ଏହାର କୌଣସି ମୂଲ୍ୟାୟନ କରିନଥିବାରୁ ନିଲାମରେ ଲୋକଙ୍କ ଡାକ କେଉଁ ଯାଏଁ ଯିବ ସେ ଆକଳନ କରିପାରୁନଥିବା କହିଛନ୍ତି।

{"id":312648,"sizeSlug":"large"}

ଏହି ଚଷମାକୁ ମହାତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକାରେ ଅବସ୍ଥାନ କରୁଥିବା ବେଳେ  ୧୯୧୦ରୁ ୧୦୩୦ ମଧ୍ୟରେ ବ୍ୟବହାର କରୁଥିଲେ। ଯାହାକୁ ସେ ବ୍ରିଟିଶ ପେଟ୍ରୋଲିୟମରେ କାମ କରୁଥିବା ଜନୈକ ବ୍ୟକ୍ତିଙ୍କୁ ଦେଇଥିବାର ଚଷମା ପଠାଇଥିବା ବ୍ୟକ୍ତି ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ପୂର୍ବରୁ ଏହି ଚଷମାର ଥରେ ଅନଲାଇନ୍‌ ଅକ୍ସନ ହୋଇଥିଲା। ଯେଉଁଥିରେ ବୋଲି ପ୍ରାୟ ୬ ହଜାର ପାଉଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିଲା ବୋଲି ଅକ୍ସନ ହାଉସ୍ ଜାଣିବାକୁ ପାଇଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.