କରୋନା ନେଲା ଜୀବନ : ମହାତ୍ମା ଗାନ୍ଧୀଙ୍କ ଅଣନାତି ସତୀଶ ଧୁପେଲିୟାଙ୍କ ପରଲୋକ

Published By : Prameya-News7 Bureau | November 23, 2020 IST

ନୂଆଦିଲ୍ଲୀ ୨୩/୧୧: ଦକ୍ଷିଣ ଆଫ୍ରିକା ପ୍ରବାସୀ ମହାତ୍ମା ଗାନ୍ଧୀଙ୍କ ଅଣନାତି ସତୀଶ ଧୁପେଲିୟାଙ୍କ କରୋନାରେ ପରଲୋକ ହୋଇଯାଇଛି। ୬୬ତମ ଜନ୍ମଦିନର ଠିକ୍ ୩ଦିନ ପରେ ତାଙ୍କର ପରଲୋକ ହୋଇଯାଇଛି।

{"id":366141,"sizeSlug":"large"}

ଧୁପେଲିୟାଙ୍କ ଭଉଣୀ ଉମା ଧୁପେଲିୟା-ମେସ୍ଥେରୀ ଏବିଷୟରେ ସୂଚନା ଦେଇଛନ୍ତି। ସତୀଶ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ନିମୋନିଆ ହୋଇଥିବା ଯୋଗୁଁ ସତୀଶଙ୍କର ମାସେ ହେବ ଚିକିତ୍ସା ଚାଲୁଥିଲା।

{"id":366142,"sizeSlug":"large"}

ଉମା ଏକ ସୋସିଆଲ୍ ମିଡିଆ ପୋଷ୍ଟରେ କହିଛନ୍ତି ଯେ ତାଙ୍କ ପ୍ରିୟ ଭାଇ ମାସେ ଯାଏଁ ନିମୋନିଆରେ ଆକ୍ରାନ୍ତ ହେବା ପରେ କରୋନା ଗ୍ରସ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଉମାଙ୍କ ବ୍ୟତୀତ ସତୀଶଙ୍କ ଆଉ ଜଣେ ଭଉଣୀ ଅଛନ୍ତି। ସେ ହେଉଛନ୍ତି କୀର୍ତ୍ତି ମେନନ। ସେ ଜୋହାନସ୍ସବର୍ଗରେ ଗାନ୍ଧୀଙ୍କ ସ୍ମୃତିରେ ଅନେକ ସଂସ୍ଥା କରିଛନ୍ତି। ୩ ଭାଇ ଭଉଣୀ ମଣିଲାଲ ଗାନ୍ଧୀଙ୍କ ବଂଶଜ,ଯାହାଙ୍କୁ ମହାତ୍ମା ଗାନ୍ଧୀ ନିଜ କାମ ଜାରି ରଖିବା ପାଇଁ ଦକ୍ଷିଣ ଆଫ୍ରିକାରେ ଛାଡ଼ି ଦେଇଥିଲେ।

{"id":366143,"width":579,"height":330,"sizeSlug":"large"}

ସତୀଶ ନିଜର ଅଧିକାଂଶ ଜୀବନ ମିଡିଆରେ ବିତାଇଥିଲେ। ସେ ଜଣେ ଭିଡିଓଗ୍ରାଫର ଏବଂ ଫଟୋଗ୍ରାଫର ଭାବେ ଗାନ୍ଧୀ ବିକାଶ ଟ୍ରଷ୍ଟକୁ ଡରବନ ନିକଟରେ ଫିନିକ୍ସ ସେଟଲମେଣ୍ଟରେ ମହାତ୍ମା ଗାନ୍ଧୀ ଆରମ୍ଭ କରିଥିବା କାମକୁ ଜାରି ରଖିବାରେ ସହାୟତା କରିବା ପାଇଁ ମଧ୍ୟ ଅତ୍ୟନ୍ତ ସକ୍ରିୟ ଥିଲେ। ସେ ସମସ୍ତ ଗୋଷ୍ଠୀରେ ଅଭାବୀଙ୍କୁ ସହାୟତା କରିବାରେ ଲୋକପ୍ରିୟ ଥିଲେ। ଏହା ସହିତ ସେ ଅନେକ ସାମାଜିକ କଲ୍ୟାଣ ସଙ୍ଗଠନରେ ସକ୍ରିୟ ଥିଲେ।

{"id":366144,"width":579,"height":391,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.