Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

କରୋନାରେ ଚାଲିଗଲେ ମହାତ୍ମା ଗାନ୍ଧିଙ୍କ ପୌତ୍ର, ୩ ଦିନ ପୂର୍ବେ ପାଳିଥିଲେ ୬୬ତମ ଜୟନ୍ତୀ

23/11/2020 at 9:41 PM

ଜୋହନ୍ସବର୍ଗ ୨୩।୧୧: କରୋନା ଭାଇରସ ମହାମାରୀ ସାରା ବିଶ୍ୱରେ ଆତଙ୍କ ରଚିଛି। ସଂକ୍ରମଣରେ ଅନେକ ନାମୀ ଦାମୀ ଲୋକେ ପ୍ରାଣହରାଇଛନ୍ତି। ଏଥିରେ ଏବେ ମହାତ୍ମା ଗାନ୍ଧିଙ୍କ ପୈତ୍ର ସତୀଶ ଧୂପେଲିଆଙ୍କ ନାମ ଯୋଡ଼ି ହୋଇଯାଇଛି। ୬୬ ବର୍ଷ ବୟସ୍କ ସତୀଶ ୩ଦିନ ପୂର୍ବରୁ ଜନ୍ମଦିନ ପାଳନ କରିଥିଲେ। 

ସତୀଶଙ୍କ ପରଲୋକ ସମ୍ପର୍କରେ ତାଙ୍କ ଭଉଣୀ ଉମା ଧୂପେଲିଆ ମେସ୍ଥରୀ ସୂଚନା ଦେଇଛନ୍ତି। ସତୀଶ ପ୍ରଥମେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ଏଥିଲାଗି ସେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ କୋଭିଡ-୧୯ ସଂକ୍ରମିତ ହୋଇଥିଲେ। କୋଭିଡ ଜନିତ ଜଟିଳତା କାରଣରୁ ରବିବାର ତାଙ୍କର ହୃଦଘାତରେ ପରଲୋକ ହୋଇଛି।

ସତୀଶଙ୍କ ପରିବାରରେ ତାଙ୍କର ଦୁଇ ଭଉଣୀ ଉମା ଓ କିର୍ତ୍ତୀ ମେନନ ଅଛନ୍ତି। ଏହି ୩ ଭାଇ ଭଉଣୀ  ମୋହନଦାସ କରମଚାନ୍ଦ ଗାନ୍ଧିଙ୍କ ପୁତ୍ର ମଣିଲାଲ ଗାନ୍ଧୀଙ୍କ ସନ୍ତାନ। ମହାତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକା ଛାଡି ଭାରତ ଆସିବା କାଳରେ ମଣିଲାଲଙ୍କୁ ତାଙ୍କ କାମ ସାରି ଆସିବାକୁ ସେଠାରେ ଛାଡି ଆସିଥିଲେ। ମଣିଲାଲ ଓ ତାଙ୍କ ପରିବାର ଦେଶ ସ୍ୱାଧୀନ ହେବା ପରେ ବି ଦକ୍ଷିଣ ଆଫ୍ରିକା ଛାଡି ନଥିଲେ କି ଭାରତ ଆସିନଥିଲେ।

ସତୀଶ ପେଷାରେ ଜଣେ ଭିଡିଓ ଗ୍ରାଫର ଓ ଜୀବନର ଅଧିକାଂଶ ସମୟ ସେ ଗଣମାଧ୍ୟମ କର୍ମଚାରୀ ଭାବେ କଟାଇଛନ୍ତି। ଏହା ଛଡା ସେ ଅନେକ ସାମାଜିକ ସଂସ୍ଥା ସହ ମଧ୍ୟ ଜଡ଼ିତ ଥିଲେ। ସେ ସବୁ ସମୂଦାୟ ସମେତ ଆବଶ୍ୟକ କରୁଥିବା ଲୋକଙ୍କ ସହୟାତା ନିମନ୍ତେ ସର୍ବଦା ଆଗରେ ରହୁଥିଲେ। ଏଣୁ ତାଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି।  

   Related Posts